ବଡ଼ ଠାକୁର
ହାତରେ ଦଉଡ଼ି ଥିବ ଓଠରେ ମୋ ହସ
ଟାଣୁଥିବି ଯେତେବେଳେ ତୋର ନନ୍ଦିଘୋଷ ।
ଆଗରେ ବଳିଆ ଭାଇ ପଛରେ କାଳିଆ
ମଝିରେ ସୁନାମୁଖି ହସ ଖିଲି ଖିଲିଆ ।
ନନ୍ଦିଘୋଷ ତାଳଧ୍ୱଜ ସେ ଦେବଦଳନ
ଦେଖିବା ପାଇଁ ହୁଏ ମୋର ମନ ଉଛନ ।
ତିନି ଠାକୁରଙ୍କ ରଥ ଯିବ ଗଡ଼ିଗଡ଼ି
ବଡ଼ ଦାଣ୍ଡେ ପଡୁଥିବ ହରିବୋଲ ରଡ଼ି ।
ଦେଖିଦେଲେ ଧନ୍ୟ ହେବି ମୁଁ ପବିତ୍ର ସତେ
କଳାକାହ୍ନୁ ତତେ ମୁଁ ନନ୍ଦିଘୋଷର ରଥେ ।
ପଦ୍ମର ଆସନ ପୁଣି ଅଟଇ ତୋହର
ଗଳାରେ ଛାଉଣୀ ସୁନା ରୂପା ମୋତି ହାର ।
ମଥାକୁ ଟାହିଆ ଭଉଣୀର କି ସୁନ୍ଦର
କଟିକୁ ଶୋଭିତ ଅଣ୍ଟା ସୂତା ମାଳ ତା’ର ।
ବଳିଆ ନନା ମସ୍ତକେ ମାଣିକ୍ୟ ମୁକୁଟ
ହଲି ଝୁଲି ଯିବା ବେଳେ ବାଜୁଥିବ ଘଣ୍ଟ ।
ବରଷକେ ଥରେ ଆସେ ଏହି ରଥଯାତ
ତା ସଙ୍ଗେ ମୌସୁମୀ ବର୍ଷା ହୁଏ ବୃଷ୍ଟିପାତ ।
ଝିପିଝିପି ବରଷାରେ ଭକତ ନାଚନ୍ତି
ଆନନ୍ଦ ବିଭୋରେ ରଥ ଦଉଡ଼ି ଟାଣନ୍ତି ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
Comments are closed.