ଆଦିବାସୀଙ୍କୁ ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଏତଲା

0

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସାର୍ବଜନୀନ ଭାବରେ ଆଦିବାସୀ(ଅନୁସୂଚିତ ଜନଜାତି) ସମ୍ପ୍ରଦାୟ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ, ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଦର୍ଶାଇ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ପାଟଣାଗଡ଼ ଥାନାରେ ଏତଲା ଦିଆଯାଇଛି। ଶ୍ରୀ ବାଗ ଏକ ଘରୋଇ ଟେଲିଭିଜନକୁ ସାକ୍ଷାତକାର ଦେଇ ଆଦିବାସୀମାନଙ୍କୁ ‘ଦୂଷିତ ଆଦିବାସୀ’ ବୋଲି ମନ୍ତବ୍ୟ ଦେବା ସହ ‘ଆଦିବାସୀମାନେ ଅଞ୍ଚଳର ପ୍ରଦୂଷଣ’ ବୋଲି କହିଥିବା ଦର୍ଶାଇଛି ସଂଘ। ଏହାଦ୍ୱାରା ଆଦିବାସୀଙ୍କ ସ୍ବାଭିମାନ ଏବଂ ସାମାଜିକ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା ଦର୍ଶାଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ଜିଲା ଆଦିବାସୀ କଲ୍ୟାଣ ସଂଘ, ପାଟଣାଗଡ଼ ବ୍ଲକ ସଭାପତି ଭୁବନେଶ୍ୱର କୁଅଁରଙ୍କ ନେତୃତ୍ୱରେ ପାଟଣାଗଡ଼ ଥାନା ସମ୍ମୁଖରେ ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ସହ ଆଦିବାସୀମାନେ ଥାନାରେ ଏତଲା ଦେଇଥିଲେ। ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଯୋଗେଶ୍ୱର ଭୋଇ, ନିତ୍ୟା ମାଝି, ଭାବଗ୍ରାହୀ ବରିହା, ଲଳିତ ମିର୍ଦ୍ଧା, ପରୀକ୍ଷିତ ମାଝି, ମଦନ ମାଝି, ଦାରା ସିଂ ବରିହା, ତହସିଲ ନାଗ, ଲଳିତ ମଲ୍ଲିକ, କୃଷ୍ଣଚନ୍ଦ୍ର ଧରୁଆ ପ୍ରମୁଖ ବହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.