ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ର ଛାତ୍ରୀଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ପଲିଟେକନିକ ସୋନପୁର ଦ୍ୱାରା ଅଦ୍ୟ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ l ଅଂଶ ଗ୍ରହଣ କାରୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଡିପ୍ଲୋମା ଆଡ଼ମିସନ ପ୍ରୋଗ୍ରାମ (୨୦୨୨-୨୩) ଏବଂ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାରେ ଉପଲବ୍ଧ ସୁବିଧା ସୁଯୋଗ ବିଷୟରେ ଅବଗତ କରାଯାଇଥିଲା l ଏଥି ସହିତ ହାଇସ୍କୁଲ ଛାତ୍ର ଛାତ୍ରୀ ଓ ଅଭିଭାଵକ ମାନଙ୍କ ସୂଚନା ପାଇଁ ସୋନପୁର ସହରର ବଡ଼ଝିଙ୍କି ସ୍ଥିତ ଏକ ମାତ୍ର ସରକାରୀ ପଲିଟେକନିକ ଶିକ୍ଷା ଅନୁଷ୍ଠାନ ବିଷୟରେ ତଥ୍ୟ ପ୍ରଦାନ କରାଯାଇଥିଲା l ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୌର ହରି ସାହୁ ଏବଂ ସିଭିଲ ଇଞ୍ଜିରିଂନିଅରିଙ୍ଗ ବିଭାଗ ର ମୁଖ୍ୟ ଶ୍ରୀ ପଦ୍ମ ଲୋଚନ ବେହେରା, ପି ପି ଟି ମାଧ୍ୟମରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରର ବିଭିନ୍ନ ଦିଗ ପ୍ରତି ଆଲୋକ ପାତ କରିଥିଲେ l

Comments are closed.