ଜଜବା ଅନୁଷ୍ଠାନ ପକ୍ଷରୁ ‘ହର୍ ଘର ତ୍ରିରଙ୍ଗା’ କାର୍ଯକ୍ରମ

ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଓ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜଜବା ଅନୁଷ୍ଠାନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଆଜି ଠାରୁ 3 ଦିନ ବ୍ୟାପୀ ସମସ୍ତ ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ନିବେଦନ କରାଯାଇଛି । କେବଳ ଓଡ଼ିଶା ନୁହେଁ ସାରା ଭାରତ ରେ ହର୍ ଘର ତିରଙ୍ଗା କାର୍ଯକ୍ରମ ଆୟୋଜିତ ହେଉଛି । ଏହି କାର୍ଯକ୍ରମ ଦ୍ବାରା ଆମ ହୃଦୟ ରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ ଜାତୀୟତା ବୋଧ ର ଅନୁଭବ ଆଣିବ । ଏହି ଅବସରରେ କାର୍ଯକ୍ରମ ରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ତ୍ରିରଙ୍ଗା ବଣ୍ଟନ କରାଯାଇଥିଲା । ବର୍ତମାନ ସୁଦ୍ଧା କଟକ,ଭୁବନେଶ୍ୱର, ଖୋର୍ଦ୍ଧା,ଜଟଣୀ,ପିପିଲି,ସାଲେପୁର , କଟକ ସଦର ପ୍ରଭୁତି ଅଞ୍ଚଳ ରେ ପ୍ରାୟ 10 ହଜାର ତ୍ରିରଙ୍ଗା ବଣ୍ଟନ ସରିଛି । ଜଜବା ଅଧ୍ୟକ୍ଷ ସଫଦର ହାଶିମ୍ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ହର୍ ଘର ତ୍ରିରଙ୍ଗା କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଡିଫେଣ୍ଡରସ୍ ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ,ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର , ବାଇକ୍ ରାଣୀ ତଥା ସମାଜସେବୀ ଅମ୍ରିତା ସିଂହ , ସମାଜସେବୀ ତଥା ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା , ସମାଜସେବୀ ହାସଂନ ଖାଁ, ଡ କଲିମ୍ଉଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗ ତ୍ରିରଙ୍ଗା ବଣ୍ଟନ କରିଥିଲେ । ଏଥି ରେ ବହୁ ଭିନ୍ନକ୍ଷମ ମାନଙ୍କୁ ତ୍ରିରଙ୍ଗା ବଣ୍ଟନ ସହିତ ହ୍ୟାଣ୍ଡଷ୍ଟିକ୍ ବଣ୍ଟନ କରାଯାଇଛି । କାର୍ଯକ୍ରମ କୁ ସାମ୍ବାଦିକ ସୁକାନ୍ତ ରାଉତ,ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ ।

Comments are closed.