ଆଜାଦି କା ଅମୄତ ମହୋତ୍ସବ ପାଳନ ଓ କବିତା ପାଠୋତ୍ସବ

ଓଡ଼ଗାଁ: ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅପରାହ୍ନ ୩ ଘଟିକାରୁ ଘ୫:୩୦ ପର୍ଯ୍ୟନ୍ତ ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆଜାଦି କା ଅମୄତ ମହୋତ୍ସବ ପାଳନ ଅବସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ କବି ତଥା ସମାଜସେବୀ ଦିବାକର ନାୟକ ମୁଖ୍ୟଅତିଥି,କବି ଲୋକନାଥ ମିଶ୍ର (ଭରଦ୍ୱ।ଜ) ସମ୍ମାନିତ ଅତିଥି,କବି ଦୀନବନ୍ଧୁ ମହାପାତ୍ର ମୁଖ୍ୟ ବକ୍ତା ଓ କବି ପ୍ରଫୁଲ୍ଲ ମାଝି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏ ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ସୁନିଲ ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ, ରାମକୃଷ୍ଣ ପରିଡ଼ା, ଗଣେଶ୍ୱର ସାହୁ,ଫକୀର ମୋହନ ମହାରଣା ଆଦି ସ୍ଥାନୀୟ ସାମ୍ବାଦିକଗଣ ମଧ୍ୟ ସାମିଲ ହୋଇଥିଲେ।ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିବାବେଳେ କବି ଯଶୋବନ୍ତ ପଟ୍ଟନାୟକ ସ୍ୱାଗତଭାଷଣ ଏବଂ କବି ରଞ୍ଜନ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରେପରେ କବି ଭାବଗ୍ରାହୀ ମହାପାତ୍ର ଓ କବି ପ୍ରଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ କବି ପଞ୍ଚାନନ ପଣ୍ଡା, ଶରତଚନ୍ଦ୍ର ଷଡ଼ଙ୍ଗୀ, ରମାକାନ୍ତ ପ୍ରଧାନ, ଅରୁଣ କୁମାର ସାହୁ, ନିରଞ୍ଜନ ସାହୁ,ଗୋଦାବରୀ ବସନ୍ତିଆ,ନିରାକାର ସ୍ୱାଇଁ,ପରମାନନ୍ଦ ସ୍ୱାଇଁ, ସୁଦୀପ୍ତ କୁମାର ଦଳେଇ, ରବୀନ୍ଦ୍ର କୁମାର ଘଡେଇ, ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା,ମନୋଜ କୁମାର ମହାପାତ୍ର ପ୍ରମୁଖ ୨୦ ଜଣ କବିକବୟିତ୍ରୀ ଦେଶାତ୍ମବୋଧକ କବିତା ପାଠ କରିଥିଲେ।ସର୍ବଶେଷରେ କବି ପ୍ରହଲ୍ଲାଦ ବେହେରା ଧନ୍ୟବାଦ ଅର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ସମବେତ ସଂଗୀତ ଗାନ ପରେ ଉତ୍ସବ ସମାପନ କରାଯାଇଥିଲା।କବି ରଞ୍ଜନ କୁମାର ଦାଶ ଓ କବି ଯଶୋବନ୍ତ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.