ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ ।

0

ଗଜପତି,୧୧.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ଆଦିବାସୀ ମହାସଂଘ ରାୟଗଡ ବ୍ଲକ ଶାଖା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି। ଏ‌ହି ଅବସରରେ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ,ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ,ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପବିତ୍ର ମଣ୍ଡଳ,ଶ୍ରୀ ସୁଦାମ ଚରଣ ମଣ୍ଡଳ , ଶ୍ରୀ ଦୁଖୀଶ୍ୟାମ ପାଇକ,ତୈଳ ଓ ପ୍ରାକୃତିକ ଗ୍ୟାସ କର୍ପୋରେସନର ଅବସରପ୍ରାପ୍ତ ମୁଖ୍ୟ ଜେନେରାଲ ମ୍ୟାନେଜର ଶ୍ରୀ ତ୍ରିନାଥ ଦଣ୍ଡସେନା, ଶବର ବନ୍ଧୁ ଶ୍ରୀ ତ୍ରିନାଥ କାର୍ଜୀ, ସହକାରୀ ପ୍ରାଧ୍ୟାପକ ଶ୍ରୀ ଚିରଞ୍ଜିବୀ ଶବର ପ୍ରମୁଖ ଯୋଗ ଦେଇ ବିଶିଷ୍ଟ ଆଦିବାସୀ ନେତା ଭଗବାନ୍ ବିର୍ସା ମୁଣ୍ଡା ଓ ସମ୍ବିଧାନ ପ୍ରଣେତା ଡ଼ଃ ଭୀମାରାଓ ଆମ୍ବେଦକରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଚଳିତ ବର୍ଷର ବିଷୟବସ୍ତୁ “ଆଦିବାସୀ ମାଆମାନଙ୍କୁ ସମ୍ମାନ ଓ ସେମାନଙ୍କର ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ପ୍ରଦାନ” ପାଇଁ ଆୟୋଜିତ ହେଉଥିବା ଅତିଥି ମାନେ ପ୍ରକାଶ କରିଥିଲେ। ପ୍ରଥମେ ଜିଲ୍ଲାର ଆଦିବାସୀମାନଙ୍କ ସାଂସ୍କୃତିକ ଶୋଭାଯାତ୍ରା ଅଡାସିଂ ଛକଠାରୁ ଆରମ୍ଭ ହୋଇ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ସେବକପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାର ବହୁ ସ୍ଥାନରୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ। ଅତିଥି ମାନେ ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା କିପରି ବଜାୟ ରହିବ ସେଥିପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଶ୍ରୀ ନୀର ଭୁୟାଁ ପରିଚାଳନା କରିଥିଲେ।

Leave A Reply

Your email address will not be published.