ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

0

ଭୁବନେଶ୍ୱର: ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀମାନେ କୌଣସି ଦ୍ୱନ୍ଦ୍ୱରେ ନରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏଗ୍ରିଷ୍ଟାକ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଏହା ଯୋଗୁଁ କୌଣସି ଚାଷୀ ପଞ୍ଜୀକରଣରୁ ବାଦ ପଡ଼ିବେ ନାହିଁ। ସମସ୍ତ ଚାଷୀଙ୍କ ପଞ୍ଜୀକରଣ କରାଯିବା ସହ ସେମାନଙ୍କୁ ଟୋକନ୍ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ଭାଗଚାଷୀଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସମ୍ମତି ଆବଶ୍ୟକ ଥିବା ବେଳେ ଦୂରରେ ରହୁଥିବା ଜମି ମାଲିକମାନେ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ନିଜ ସମ୍ମତି ପ୍ରଦାନ କରିପାରିବେ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ସେହିପରି ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜୀକରଣ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.