୪ ଜଣଙ୍କ ଜୀବନ ନେଲା ଦଶାହ ଭୋଜି ; ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଭୋଜି ଖାଇ ୧୭ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

ସୁନ୍ଦରଗଡ଼ : ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଭୋଜି ଖାଇ ୧୭ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ, ନୂଆଡ଼ିହି ଗାଁରେ ଆୟୋଜିତ ଏକ ଦଶାହ ଭୋଜି ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା।

ମୃତକଙ୍କ ମଧ୍ୟରେ ନୂଆଡ଼ିହି ଗାଁର ଦୁଇ ଜଣ ଥିବା ବେଳେ ଝାରସୁଗୁଡା ଜିଲ୍ଲା ଅତାବିରା ପଞ୍ଚାୟତ ସୁନାଖାଏନ ଗାଁର ଦୁଇ ଜଣ ମହିଳା ରହିଛନ୍ତି। ସେମାନେ ହେଲେ ଉଲ୍ଲାସ ଖଡ଼ିଆ ଏବଂ ମଙ୍ଗଳ ସୁକାନ୍ତି ଖଡ଼ିଆ। ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ହିଁ ଏହି ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଥିବା ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଛି।

Comments are closed.