ନବରଙ୍ଗପୁର : ବାଲିଘାଟରେ ରାତି ଅଧିଆ ଚଢାଉ। ୧୨ ଟିପ୍ପର, ୬ ଟ୍ରାକ୍ଟର, ଗୋଟେ ଜେସିବି ଜବତ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ତହସିଲ ଅଧୀନ ଛତିଶଗଡ଼ ସୀମାନ୍ତରେ ଥିବା ଦୁଇଟି ବାଲି ଘାଟରେ ଅଚାନକ ଚଢ଼ାଉ। ଭଇଁସାବେଢା ଓ ବାଲେଗାଁ-ଦୁରାଗାଁ ବାଲି ଘାଟରେ ରେଡ ରାତି ଅଧିଆ ଚଢ଼ାଉ କରିଥିଲେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ।
ଟ୍ରାଞ୍ଜିଟ ପାସରେ ଅନିୟମିତତା
ବେଆଇନ ବାଲି ଉଠାଣ ଏବଂ ଚୋରା ଚାଲଣ ଉପରେ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟବହୃତ ଗାଡି ଗୁଡିକର ଟ୍ରାଞ୍ଜିଟ ପାସରେ ଅନିୟମିତତା ଥିବାରୁ ସେଗୁଡିକୁ ଜବତ କରାଯାଇଛି। ଗତ ଚାରି ବର୍ଷ ଧରି ଏହି ଘାଟଗୁଡ଼ିକରୁ କେତେ ପରିମାଣର ବାଲି ଉଠାଣ ହୋଇଛି ଏବଂ କେତେ ପରିମାଣର ବାଲି ଚୋରା ଚାଲାଣ ହୋଇଛି ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚଢ଼ାଉ ସମୟରେ ଜିଲ୍ଲାପାଳଙ୍କ ସହ କୋଡ଼ିଙ୍ଗା ତହସିଲଦାର, କୋଷାଗୁମୁଡ଼ା ବିଡିଓ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସାମିଲ ଥିଲେ।
Comments are closed.