ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ବାରାଣସୀଠାରେ ଏକ ନୂତନ ପୋଷାକ ଉତ୍ପାଦନ କାରଖାନାକୁ ଉଦ୍ଘାଟନ କରିବେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେ ବାରାଣସୀର ନମୋ ଘାଟ ଠାରେ ମୁଖ୍ୟ ଅତିଥି ଭାବରେ ବାୟୁସେନା ଦିବସ ବିମାନ ପ୍ରଦର୍ଶନୀ ଅବଲୋକନ କରିବେ।
ଏହା ପରେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୪:୪୫ ମିନିଟ୍ ସମୟରେ ସେ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ଡାଟା ସେଣ୍ଟର’ ଏବଂ ‘ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ’କୁ ଉଦ୍ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ମଧ୍ୟ ଦେବେ।
ବାରାଣସୀରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ବାରାଣସୀରେ ‘ଅରବିନ୍ଦ ଲିମିଟେଡ୍’ର ଏକ ନୂତନ ପୋଷାକ ଉତ୍ପାଦନ କାରଖାନାକୁ ଉଦ୍ଘାଟନ କରିବେ। ଏହି କାରଖାନା ଭାରତର ବସ୍ତ୍ର ଓ ପୋଷାକ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସ୍ଥାନ ଅଞ୍ଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେ,
ଆଧୁନିକ ଉତ୍ପାଦନ ପ୍ରକ୍ରିୟା ଉପରେ ଆଧାରିତ ଏହି କାରଖାନା, ବିଶେଷକରି ମହିଳାମାନଙ୍କ ପାଇଁ ନିଯୁକ୍ତିର ଉପଯୁକ୍ତ ସୁଯୋଗ ସୃଷ୍ଟି କରିବ ଏବଂ ସ୍ଥାନୀୟ ଅଞ୍ଚଳର ଆର୍ଥିକ ପ୍ରଗତିରେ ଯୋଗଦାନ ଦେବ। ଏହି ଉଦ୍ଘାଟନ ସହିତ ଶିଳ୍ପ ନିବେଶ ଏବଂ ଉତ୍ପାଦନ-ଭିତ୍ତିକ ବିକାଶ ପାଇଁ ଏକ କେନ୍ଦ୍ରସ୍ଥଳ ଭାବରେ ଉତ୍ତର ପ୍ରଦେଶର ସ୍ଥିତି ମଜବୁତ ହେବ। ବିଶ୍ୱବ୍ୟାପୀ ଗ୍ରାହକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବାରାଣସୀରେ ପ୍ରସ୍ତୁତ ସାମଗ୍ରୀ କିପରି ସମଗ୍ର ବିଶ୍ୱ ବଜାରରେ ପହଞ୍ଚିବ ସେ ଦିଗରେ ଏହି କାରଖାନା ପ୍ରମୁଖ ଭୂମିକା ଗ୍ରହଣ କରିବ । ମୁଖ୍ୟତଃ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି ଉଦ୍ୟୋଗ ‘ମହିଳା-ନେତୃତ୍ୱାଧୀନ ବିକାଶ’ର ଏକ ଶକ୍ତିଶାଳୀ ପ୍ରତୀକ ।
ପ୍ରଧାନମନ୍ତ୍ରୀ ବାରାଣସୀର ନମୋ ଘାଟ ଠାରେ ବାୟୁସେନା ଦିବସ ବିମାନ ପ୍ରଦର୍ଶନ-୨୦୨୬ ଦେଖିବେ। ଏହି କାର୍ଯ୍ୟକ୍ରମ ଭାରତୀୟ ବାୟୁସେନାର ୯୪ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ହେବ। ଏହା ‘‘ୱିଙ୍ଗସ୍ ଓଭର ଗଙ୍ଗେସ୍’’ ବାର୍ତ୍ତା ଉପରେ ଆଧାରିତ ହେବ।