ଗଞ୍ଜାମ ଜିଲ୍ଲା ରମ୍ଭା ଥାନା NH-୧୬ ହୁମା ଓଭର ବ୍ରିଜ ଉପରେ ଦୁର୍ଘଟଣା

ଟ୍ରକ୍-ବସ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଗଞ୍ଜାମ : ଟ୍ରକ୍-ବସ ମୁହାଁମୁହିଁ ଧକ୍କା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା NH-୧୬ ହୁମା ଓଭର ବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ବସରେ ସକାଳୁ ଅଳ୍ପ ଯାତ୍ରୀ ଥିଲେ । ସୌଭାଗ୍ୟକ୍ରମେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଟ୍ରକର ସାମନା ପଟ ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ୱାନ ୱେ ରହିଥିବାରୁ କିଛି ସମୟ ପାଇଁ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ଖବର ପାଇ ହୁମ୍ମା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୀର୍ଘ ବର୍ଷ ଧରି ଏଠାରେ ଓଭରବ୍ରିଜ୍ କାମ ଚାଲୁଥିବା ହେତୁ ଗୋଟିଏ ପଟ ରାସ୍ତା ବନ୍ଦ ରହିଛି। ଫଳରେ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡ଼ି ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.