ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ

ଭୁବନ: ବାର ଦଫା ଦାବିରେ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ବିଜେପି। ବନ୍ଦର ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି। ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି ସମେତ ୧୨ଟି ଦାବିରେ ବନ୍ଦ ପାଳନ କରାଯାଉଛି।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଭୁବନରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ଭୁବନରୁ କଟକ, ଢେଙ୍କାନାଳ ଏବଂ ଯାଜପୁର-ଅନୁଗୁଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ପିକେଟିଂ ଓ ଧାରଣା ଜାରି ରହିଛି। ଏନେଇ ଗତ ନିର୍ବାଚନରେ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନନ ଜେନା କହିଛନ୍ତି, ଭୁବନର ବିକାଶ ନାଁ ରେ କେବଳ ଶାସକଗୋଷ୍ଠୀ ତଥା ତାଙ୍କର କର୍ମୀମାନେ ଉପକୃତ ହେଇଛନ୍ତିI ଏଠାରେ ଠିକାଦାର ପୋଷଣ ଚାଲିଛି। ଜଣେ ସାଧାରଣ ନାଗରିକ କଣ ପାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘନ ଜେନା। ପାନୀୟ ଜଳ ସଠିକି ସମୟରେ ଦିଆଯାଉନାହିଁ। ଡାକ୍ତରଖାନାରେ ଆଠ ଡାକ୍ତରଙ୍କ ସ୍ଥାନରେ ମାତ୍ର ପାଞ୍ଚଜଣ ଅଛନ୍ତି। ପ୍ରତିଦିନ ଜଣେ କିମ୍ବା ଦୁଇଜଣ ପାଳି କରି ଆସୁଛନ୍ତି। ପାଥୋଲାବରେ ୩ ଜଣ ଟେକ୍ନିକାଲ ଅଧିକାରୀଙ୍କ ବଦଳରେ ଜଣେ ସେ ପୁଣି କାମାକ୍ଷାନଗର ମଠକାରଗୋଳାରେ ଡିଉଟିରେ ଥିବାରୁ କିଛି ବି ଟେଷ୍ଟ ହେଇ ପାରୁ ନାହିଁ। ମେଡିସିନ ସବୁ ଠିକରେ ମିଳୁନାହିଁ। ଏପରିକି ସାଲାଇନ ପାଇପ ବାହାରୁ କିଣିବାକୁ ପଡୁଛି। ଭୁବନ ହାଇସ୍କୁଲରେ ଏନସିସି ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ l

Comments are closed.