ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ! ଅଭିଯୁକ୍ତ ସ୍ବାମୀ ଗିରଫ

ଢେଙ୍କାନାଳ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ବାମୀ। ହତ୍ୟା କରିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କିରେ ନେଇ ପୋତି ଦେଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଜୁଆଙ୍ଗ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଅଭିଯୁକ୍ତ ସ୍ବାମୀ ଗିରିଶ ପ୍ରଧାନକୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଖବର ପାଇବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।

 

Comments are closed.