ହାଟଡ଼ିହି: ଖାଦ୍ୟରେ ବିଷକ୍ରିୟା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅମୃତପୁର ଗାଁର ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ ଗତକାଲି ମଧ୍ୟାହ୍ନରେ ଭାତ ସହ ଚିକେନ ତରକାରୀ ରାନ୍ଧି ଖାଇବା ପରେ ହଠାତ୍ ସେମାନଙ୍କୁ ବାନ୍ତି ହୋଇଥିଲା। ଏଥିସହିତ, ସେମାନଙ୍କ ମୁଣ୍ଡ ବୁଲାଇବା ସହ, କିଛି ଲୋକଙ୍କୁ ଝାଡ଼ା ମଧ୍ୟ ହୋଇଥିଲା । ଏହାପରେ ସେମାନେ ଶାଳଣିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ, ସେଠାରେ ଡାକ୍ତର ନଥିବାରୁ ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Comments are closed.