ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ

ଗଞ୍ଜାମ :   ଆଜି ହେଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାର l ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ପ୍ରବଳ ଜନ ସମାଗମ l ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ  ଦେଉଛନ୍ତି ମାଆ ତାରାତାରିଣୀ l  ବିଶ୍ୱାସ ରହିଛି ଚୈତ୍ର ମଙ୍ଗଳବାରରେ ଶିଶୁଙ୍କ ପ୍ରଥମ ମୁଣ୍ଡନ ମା ତାରାତାରିଣୀଙ୍କ ପୀଠରେ କଲେ ଶିଶୁଙ୍କ ମଙ୍ଗଳ ହୋଇଥାଏ। ତେଣୁ ପୀଠରେ ଶିଶୁ ମାନଙ୍କ ମୁଣ୍ଡନ କରାଇ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ l

Comments are closed.