ବାଲେଶ୍ବର : ବିଜେପିରେ ଯୋଗ ଦେଇ ପାରନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।
ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟତାରୁ ଆଜି ସଂଧ୍ୟାରେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଦଳ ଛାଡ଼ିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିଲେ ବି ପଦ୍ମ ଧରିବା ନେଇ ଏବେ ବାଲେଶ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତିକି ତାଙ୍କର ଦଳ ଛାଡ଼ିବା ଓ ବିଜେପିରେ ଯୋଗ ଦେବା ନେଇ ଗତ ଦେଢ଼ବର୍ଷ ଧରି ଜିଲାରେ ବେଶ୍ ଆଲୋଚନା ହେଉଥିଲା। ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ସେ ଫୋନ କଲ ରିସିଭ ନ କରିବା ଯୋଗୁଁ ତାଙ୍କର ମତାମତ ଜଣାପଡ଼ି ନାହିଁ। ତେବେ ତାଙ୍କର ନିକଟ ସହଯୋଗୀଙ୍କ ଠାରୁ ମିଳିଥିବା ସୂଚାନା ଅନୁସାରେ, ସେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟ ସ୍ତରରେ ବିଜେପିରେ ଯୋଗ ଦେବେ ବୋଲି ଜଣାଯାଇଛି।
Comments are closed.