ନୂଆଦିଲ୍ଲୀ,୧୦।୩: ସୋମବାର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପରିବାର,ଯେପରିକି ପୁଅ ଏବଂ ବୋହୂ ଏବଂ ତାଙ୍କ ନା-ନାତୁଣୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଦିଲ୍ଲୀରେ ଏହି ସାକ୍ଷାତକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବସୁନ୍ଧରା ରାଜେ ଏବଂ ତାଙ୍କ ପରିବାରର ସାକ୍ଷାତର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଏବଂ ଏହା ଖୁବ୍ ଭାଇରାଲ ମଧ୍ୟ ହେଉଛିି। ବସୁନ୍ଧରା ରାଜେ ସିନ୍ଧିଆଙ୍କ ଅଫିସିଆଲ ସୋସିଆଲ ମିଡିଆ ପେଜ୍ ଏକ୍ସରେ ପୋଷ୍ଟ ହୋଇଥିବା କିଛି ଫଟୋ ରାଜସ୍ଥାନର ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ପୋଷ୍ଟ କରାଯାଇଥିବା ଏକ ଫଟୋରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ତାଙ୍କ ପୁଅ ଏବଂ ଝାଲୱାର ସାଂସଦ ଦୁଷ୍ୟନ୍ତ ସିଂହ, ପୁତ୍ରବଧୂ ନିହାରିକା ରାଜେ, ନାତି ବିନାୟକ ପ୍ରତାପ ସିଂହ ଏବଂ ନାତୁଣୀ ରହିଛନ୍ତି। ଫଟୋରେ ବସୁନ୍ଧରାଙ୍କ ପୁତ୍ରବଧୂ ନିହାରିକା ରାଜେଙ୍କୁ ହ୍ୱିଲଚେୟାରରେ ବସିଥିବା ଦେଖାଯାଇଥିଲା। ନିହାରିକା ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିହାରିକା ରାଜେଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମିଳିଥିବା ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୪୫ ମିନିଟ୍ ଧରି ବସୁନ୍ଧରାଙ୍କ ପୁରାପରିବାର ସହ ସାକ୍ଷାତ କରିଥିଲେ।
କୁହାଯାଉଛି ଯେ, କୁହାଯାଉଛି ଯେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଜନ୍ମଦିନ ମାର୍ଚ୍ଚ ୯ ତାରିଖରେ ଥିଲା, ସେ ଏବଂ ତାଙ୍କ ପରିବାର ସେହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ଏହି ଗସ୍ତ ସମୟରେ, ବସୁନ୍ଧରା ତାଙ୍କ ନାତି ବିନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚୟ କରାଇଥିଲେ। ଏହି ଫଟୋ ପ୍ରକାଶ ପାଇବା ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ଯେପରିକି ବସୁନ୍ଧରା ରାଜେ ସିନ୍ଧିଆ ତାଙ୍କ ନାତି ବିନାୟକ ପ୍ରତାପ ସିଂହଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ହୁଏତ ସେଥିପାଇଁ ସେ ବିନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚିତ କରାଇବାକୁ ଯାଇଥିଲେ।
ସେଭଳି ଆଲୋଚନା ହେଉଛି କି ବିଜେପି ନେତୃତ୍ୱ ପୁଣି ଥରେ ରାଜସ୍ଥାନରେ ବସୁନ୍ଧରାଙ୍କୁ କିଛି ବଡ଼ ଦାୟିତ୍ୱ ଦେଇପାରନ୍ତି କି ? ନଚେତ ବସୁନ୍ଧରାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ କରି ଅବସର ଦିଆଯାଇପାରେ। ଆଉ କିଛି କହୁଛନ୍ତି ଯେ, ହୁଏତ ବସୁନ୍ଧରା ତାଙ୍କ ପୁଅ ଦ୍ୟୁଷ୍ମନ୍ତଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ବ ଦେଇପାରନ୍ତି। ଉଲ୍ଲେଖନୀୟ ଯେ କିଛି ଦିନ ପୂର୍ବରୁ ବସୁନ୍ଧରା ରାଜେ ସିନ୍ଧିଆ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ସେହି ସାକ୍ଷାତ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସରକାରୀ ସୂଚନା ଦିଆଯାଇ ନଥିଲା। ଏବେ, ସେ ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଆସିଛନ୍ତି। ଫଳସ୍ୱରୂପ, ରାଜସ୍ଥାନର ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି।
Comments are closed.