ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷିତ ବିଲ୍‌ ପାସ୍‌

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଅନୁମୋଦନ ପାଇଁ ଯିବ। ସେ ଏହା ଉପରେ ମୋହର ମାରିବା କ୍ଷଣି ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

ଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ।

ଏଥିସହ ବିଲ୍‌ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ତଥାପି ସରକାର ବିଲ୍‌ରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି। ବିଲ୍ ସପକ୍ଷରେ ୨୧୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଶୂନ ରହିଛି।

Comments are closed.