ଓଡ଼ଗାଁ୯/୮(ଇମିସ)- ଆଜି ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ସକାଳ ୯ ଘଟିକାଠାରୁ ୨ ଘଟିକା ପର୍ଯ୍ୟନ୍ତ ଏହାର ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ତଥା ଝିପିଝିପି କବିତା ଆସର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆଗାମୀ ଦିନରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ସମ୍ପାଦକ ଭାବଗ୍ରାହୀ ମହାପାତ୍ରଙ୍କ ସଂଯୋଜନାରେ ଉପସ୍ଥିତ କବିକବୟିତ୍ରୀଙ୍କ ଦ୍ଵାରା କବିତାପାଠ କରାଯାଇଥିଲା।ଏ ଅବସରରେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ସଂଗୀତଗାନ ସମସ୍ତଙ୍କ ମନ ମୋହିଥିଲା।ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ)ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋଚିତ୍ରରେ ପୁଷ୍ପଧୂପ ପ୍ରଦାନ ପୂର୍ବକ ସଭାରମ୍ଭ କରିଥିଲେ।ଉକ୍ତ ବୈଠକରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଦିବାକର ନାୟକ, ପ୍ରଭାତି ପଟ୍ଟନାୟକ,କମଳିନୀ ବେହେରା,ପ୍ରଦୀପ୍ତ କୁମାର ନାୟକ, ନିରଞ୍ଜନ ସାହୁ,ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ଆବାହକ ପ୍ରହଲ୍ଲାଦ ବେହେରା,ସଭ୍ୟ ରବୀନ୍ଦ୍ର କୁମାର ଘଡେଇ,ରମାକାନ୍ତ ପ୍ରଧାନ, ସୁଦୀପ୍ତ କୁମାର ଦଳେଇ, ସୁରେଶ ଚନ୍ଦ୍ର ପ୍ରଧାନ,ଦୂତୀକୄଷ୍ଣ ମିଶ୍ର, ଅରୁଣ କୁମାର ସାହୁ,ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ସୁଦୂର କଲିକତାରେ ଥିବା ଅନୁଷ୍ଠାନର ଅନ୍ୟତମ ସଦସ୍ୟ ସନାତନ ମହାକୁଡ଼,ଶାନ୍ତନୁ ବିଶୋୟୀ ଏବଂ କଳାହାଣ୍ଡିରେ ଥିବା ସତ୍ୟବାଦୀ ସାହୁ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସର୍ବଶେଷରେ ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ପରେ ପଙ୍କ୍ତିଭୋଜନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.