ରକ୍ଷାବନ୍ଧନ

ବିଳାସ ଚନ୍ଦ୍ର ବେହେରା
============
ଭାଇ ଭଉଣୀର ପବିତ୍ର ସମ୍ପର୍କ
ଛୋଟିଆ ସୂତାଟି ସାକ୍ଷୀ
ବଳଭଦ୍ର ଜନ୍ମ ଗହ୍ମା ପୂର୍ଣ୍ଣିମାରେ
ଭାଇ ହାତେ ବାନ୍ଧେ ରାକ୍ଷୀ l
ରାକ୍ଷୀ ବାନ୍ଧି ଭଗ୍ନୀ ମଗାଇ ସୁରକ୍ଷା
ଜୀବନର ଚଲାପଥେ
ଭାଇ ତା କର୍ତ୍ତବ୍ୟେ ହେଳାକରେ ନାହିଁ
ସବୁବେଳେ ଥାଏ ସାଥେ l
ପୁରାଣ ଯୁଗରୁ ରହି ଆସିଅଛି
ହିନ୍ଦୁ ଧର୍ମ ପରମ୍ପରା
ଚାଷ କାମ ସାରି ବଳଦ ପୂଜନ୍ତି
ଖୁଆନ୍ତି ପିଠା କାକରା l
ବିଜ୍ଞାନ ଯୁଗରେ ବଦଳେ ଔତିହ୍ୟ
ବଳଦ ଗଲେଣି ହଜି
ପାୱାର ଟିଲର ଟ୍ରାକଟର ଯୋଗେ
ଚାଷ କରୁଛନ୍ତି ଜମି
ରାକ୍ଷୀବନ୍ଧା ଏବେ ଫେସନ ହେଲାଣି
ଦାମିକା ରାକ୍ଷୀ ପ୍ରଭାବ
ଆନ୍ତରିକ ଶ୍ରଦ୍ଧା ଗଲାଣି ଉଭେଇ
ଟଙ୍କା ପଇସାର ଭାଵ l

ନଳିତା ନିଳୟ,
ବନ୍ତୁଣିଆ, ୪୨ ମୋୖଜ଼ା,
କଟକ l

Comments are closed.