ରାକ୍ଷୀ ଏକ ସମ୍ପର୍କ ନୁହେଁ ଅମୂଲ୍ୟ ସମ୍ପଦ

ଭାଇ ତୁମେ କୋଉଠି ଅଛ? ଏମିତି ଏକ ଦିନ ନାହିଁ
ମୁଁ ତୁମ କଥା ଭାବି ନାହିଁ
ଏମିତି ଏକ ରାତି ନାହିଁ
ମୁଁ ତୁମ ସ୍ୱପ୍ନ ଦେଖିନାହିଁ
ଏମିତି କେଉଁ ପ୍ରାର୍ଥନା ନାହିଁ
ତୁମକୁ ପାଇବା ପାଇଁ ମୁଁ ଅଳି କରି ନାହିଁ
ଏମିତି କେଉଁ ଦୁନିଆ ନାହିଁ
ଯିଏ କି ତୁମ କଥା ମୋତେ ପଚାରି ନାହିଁ
ଏମିତି କେଉଁ ଭାବନା ନାହିଁ
ଯେଉଁଠି ମୁଁ ତୁମ ଛବି ଆଙ୍କି ନାହିଁ
ଆମ ମାଆ ବାପା ଦୁଇଜଣ ଙ୍କ ଗଢ଼ଣଶୈଳୀ କୁ ନେଇ ମୁଁ ବହୁତଥର
ତମକୁ ଦେଖିବାକୁ ଚାହିଁଛି ରଙ୍ଗ ବେରେଙ୍ଗ ର ତୂଳୀ ଧରି ବହୁତଥର ତୁମ ଛବିକୁ ଅଙ୍କିବାକୁ ଚେଷ୍ଟା କରିଛି ହେଲେ ତୁମକୁ ବାସ୍ତବ ରେ ପାଇପାରି ନାହିଁ | ତମେ ଜାଣିଛ ଭାଇ ମୋର ଚଲାପଥରେ ତୁମଭଳି ଦେଖାଯାଉ ଥିବା ଅନେକ ଲୋକଙ୍କୁ ଭେଟିଛି ହେଲେ ସେମାନେ ତୁମେ ନୁହେଁ ଭାଇ ତୁମ ଭଳି ଅଭିନୟ କରୁଥିଲେ ଯେଉଁ ମାନଙ୍କୁ ମୁଁ ମୋ ସରଳ ହୃଦୟରେ ବିଶ୍ୱାସ କରିନେଇଥିଲି ହେଲେ ତମେ ଜାଣି ଖୁସି ହେବ ତୁମର ଏଇ କୁନି ଭଉଣୀ ତାର ଚଲା ପଥରେ ଅନେକ ନିସ୍ଵାର୍ଥପର ମଣିଷ ଙ୍କୁ ଭେଟିଛି ଯେଉଁମାନେ ଅବିକଳ ତୁମପରି ତୁମ ଭଳି ମୋତେ ଭଲ ପାଇଛନ୍ତି ମୋ ବିପଦରେ ଠିଆ ହୋଇଛନ୍ତି ଭୁଲ ବାଟରୁ ମୋତେ ଫେରାଇ ଆଣିଛନ୍ତି | ଆମ ରକ୍ତ ସମ୍ପର୍କରେ ଥିବା ସମସ୍ତ ଭାଇ ଭଉଣୀ ତୁମରି ଅପେକ୍ଷାରେ ଥିଲେ ହେଲେ ସେମାନେ ଜାଣିଛନ୍ତି ତୁମେ କେବେ ଆସିବନାହିଁ କାରଣ ଆମ ମାଆର ଗର୍ଭାଶୟରେ ଭଗବାନ କେବେ ତୁମକୁ ଗଢିଲେ ନାହିଁ | ବୋଧ ହୁଏ କେଉଁ ଜନ୍ମରେ ବାପା ବୋଉ ମୁଁ କିଛି ଭୁଲ କରିଦେଇଥିଲୁ ଏ ଜନ୍ମରେ ଆମେ ତୁମକୁ ପାଇପାରିଲୁ ନାହିଁ ସମ୍ପୂର୍ଣ୍ଣ ପରିବାର ଗଢିପାରିଲୁ ନାହିଁ
ହେଲେ ଆର ଜନ୍ମରେ ଆମେ ସମ୍ପୂର୍ଣ୍ଣ ପରିବାର ଗଢିବା ମୁଁ ଯେତେଥର ପ୍ରଭୁ ଜଗନ୍ନାଥଙ୍କୁ ତୁମକଥା ପଚାରିଛି ବୋଧ ହୁଏ ପ୍ରଭୁ ବେତିବ୍ୟସ୍ତ ହୋଇପଡିବେଣି ଏହି କଥା ଶୁଣି ଶୁଣି| ମୋର ବିଶ୍ୱାସ ଆର ଜନ୍ମରେ ସେ ମୋତେ କେବେ ଠକିବେନି ତୁମକୁ ଆଣିକି ନିଶ୍ଚୟଦେବେ ଆଉ ମୁଁ ତୁମ ହାତରେ ରାକ୍ଷୀ ବାନ୍ଧିବୀ ଆଉ ତୁମେ ମୋତେ ଆଶ୍ରିବାଦ ଦେଇ ହସି ହସି କହିବ ତୁ ବେସ୍ତ୍ୟହୋନା ମୁଁ ତୋପାଇଁ ରାଜକୁମାର ଭଳି ବର ଆଣିଦେଵି|ଆଉ ସେ ଜନ୍ମ ହେବ ମୋ ପାଇଁ ସବୁଠୁ ଅମୂଲ୍ୟ ଜନ୍ମ|
ଇତି
ତୁମରି ଅପେକ୍ଷାରେ ତୁମ ରାକ୍ଷୀ
ମିନତୀ ବେହେରା
ଅଧ୍ୟାପିକା
ପବିତ୍ର ନଗର ଡ଼ିଗ୍ରୀ ମହାବିଦ୍ୟାଳୟ, ତାଳଚେର

Comments are closed.