ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଫୁଲବାଣୀ: ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଥିଲା, ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଦି ରାଜ୍ୟର ଚାଷୀଙ୍କ ସମୃଦ୍ଧି ସେ ନେଇ ମଧ୍ୟ ଉପସ୍ଥିତ ଥିବା ଚାଷୀମାନଙ୍କୁ ଶୁଣାଯାଇଥିଲା। ମାଛ ଚାଷ ସହିତ ପ୍ରାଣୀସମ୍ପଦର ବିକାଶ ନିଶ୍ଚିତରୂପେ ମାଛଚାଷୀ ଓ ପ୍ରାଣୀପାଳକ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଅଡ଼ିଓ ମାଧ୍ୟମରେ ଶୁଣାଯାଇଥିଲା।

ଏହି ଉଦ୍ଦେଶ୍ୟରେ ଆୟୋଜିତ ଦୁଇଦିନିଆ ସାଧାରଣ ବୈଠକର ଉଦ୍ଘାଟନୀ ଦିବସରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମେଳା ଉଦ୍ଘାଟକ ଏବଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଳାର ଆୟୋଜନ ଜିଲ୍ଲାର ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା, ଭତ୍ତା ବିଷୟରେ ସୂଚନା ଦେବା ସହିତ ଏହି ମେଳାରୁ ମାଛ ଚାଷ ଏବଂ ପ୍ରାଣୀ ପାଳନ ପାଇଁ ସରକାରଙ୍କର କେଉଁ କେଉଁ ସ୍କିମ୍ ରହିଛି , ସବସିଡି କେତେ ରହିଛି, ଚାଷ ପ୍ରଣାଳି, ଲାଭ ପରିମାଣ ବିଷୟରେ ଆପଣମାନେ ଜାଣିପାରିବେ। ସେହିପରି, ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ସହିତ ତା’ର ପ୍ରୟୋଗ ଫଳରେ ଆପଣମାନେ କିପରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ମଧ୍ୟ ଏହି ମେଳାରୁ ଜାଣିପାରିବେ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ସହକାରୀ ନିର୍ଦ୍ଦେଶକ, ଭୁବନେଶ୍ୱର ସ୍ଥିତ ପ୍ରାଣୀ ଚିକିତ୍ସକଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡଃ. ଜ୍ଞାନରଞ୍ଜନ ମିଶ୍ର, ବୈଷୟିକ ପରାମର୍ଶଦାତା ଡଃ.ଦିଗମ୍ବର ନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଅଭିବୃଦ୍ଧି ପାଇଁ ସରକାର ବିଧିବଦ୍ଧ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ବିଶେଷକରି କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଯୁବଗୋଷ୍ଠୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ଏହା ଉପରେ ବିଭିନ୍ନ ସ୍କିମ୍ କରିଥିଲେ ତାହା ଏବେ ବି କାର୍ୟ୍ୟକାରୀ ହେଉଛି ବୋଲି କହିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ.ସଞ୍ଜିବ କୁମାର ପଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଧନ୍ୟବାଦ ଅର୍ପଣ କରଥିଲେ ଏବଂ ଡଃ.ଅଳକା ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଅନୁଷ୍ଠିତ ମେଳାରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଷ୍ଟଲ୍ ନିର୍ମାଣ ହୋଇଥିବା ବେଳେ ଆଜି ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜିଲାର ପ୍ରତ୍ୟେକ ଅଞ୍ଚଳର ବିଭିନ୍ନ ପ୍ରକାର ପ୍ରାଣି ସମ୍ପଦ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇଥିଲେ।

Comments are closed.