ଭୁବନେଶ୍ୱର: ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା, ପ୍ରମୋଦ କୁମାର ଦେବତ, ସୁରେନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ, ସନାତନ ବଢ଼େଇ, ନନ୍ଦକିଶୋର ସାହୁ, ଡକ୍ଟର ବିଶ୍ୱାଳ, ପ୍ରମୋଦ କୁମାର ପଣ୍ଡା, ପ୍ରମିଳା ବଢ଼େଇ, ଉମାକାନ୍ତ ବଢ଼େଇ, ବାଶୁଦେବ ସାହୁ, ଲକ୍ଷ୍ମୀ ସେଠୀ, ଦମୟନ୍ତୀ ସାହୁ, ଗୌତମ ସାହୁ, ରାକେଶ ନେଗି, କରୁଣାକର ସାହୁ, ଯୁଗେଶ୍ୱର ସାହୁ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପି ସାମିଲ ହୋଇଛନ୍ତି । ଶ୍ରୀ ଶର୍ମାଙ୍କ ସମେତ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା। ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ମନୋଜ ମହାପାତ୍ର, ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed.