ଓଡିଶାବାଲେଶ୍ୱର ଫକୀର ମୋହନ କଲେଜ ସମ୍ମୁଖରେ ଉଦଘାଟିତ ହେଲା ଯୁବ ବିଜେଡିର ହେଲ୍ପ ଡେସ୍କ : ୬ ଦିନ ଧରି ଯୁକ୍ତ ତିନି ନାମଲେଖାରେ ମିଳିବ ସହାୟତା By BB News Network On Jun 24, 2026 Share ବାଲେଶ୍ଵର, ୨୩ ଜୁନ୍(କୃଷ୍ଣ କୁମାର ମହାନ୍ତି): ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟାରେ ନୂତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସୁବିଧା ଦୂର କରିବା ଲାଗି ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ହେଲ୍ପ ଡେସ୍କ ସେବା ଆରମ୍ଭ ହୋଇଛି। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ବାଲେଶ୍ଵର ଟାଉନ ବିଜେଡି ସଭାପତି ତଥା ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ। ଉଦ୍ଘାଟନ ଉତ୍ସବରେ ବିଜେଡି ନେତା ତଥା ଏଫଏମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ରଘୁନାଥ ଲେଙ୍କା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଞ୍ଜନ ବାଗ, ଯୁବ ଜନତାର ରାଜ୍ୟ ଉପସଭାପତି ତାପସ ପାଣିଗ୍ରାହୀ, କାଉନସିଲର ସନ୍ଧ୍ୟାରାଣୀ ଜେନା ଓ ପୂର୍ବତନ କାଉନସିଲର ରମେଶ ମାଝୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସୁବ୍ୟବହାର ସହ ଉତ୍ତମ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁଙ୍କ ନିର୍ଦ୍ଦେଶ ଅନୁସାରେ, ଏଫଏମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଜେଡି ଛାତ୍ର ନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏହି ହେଲ୍ପ ଡେସ୍କ ପରିଚାଳିତ ହେଉଛି। ପାର୍ଥସାରଥୀ ସାହୁ, ଲକସନ ପ୍ରଧାନ, ଅନୟ ନାୟକ, ଜ୍ୟୋତିପ୍ରକାଶ ବେହେରା, ଜ୍ୟୋତିବିକାଶ ଗିରି ପ୍ରମୁଖ ଛାତ୍ରନେତା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ହେମାନ୍ଦ ସ୍ୱାଇଁ, ଅଭିଷେକ ମହାପାତ୍ର, ଚନ୍ଦନ ଆଚାର୍ଯ୍ୟ, ଜଗତ ଜେନା ପ୍ରମୁଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଡେସ୍କରେ ବସି ନାମଲେଖା ପ୍ରକ୍ରିୟା, ଡକ୍ୟୁମେଣ୍ଟ ଯାଞ୍ଚ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଡେସ୍କ ପକ୍ଷରୁ ଦହି ସର୍ବତ ମଧ୍ୟ ବିତରଣ କରାଯାଉଛି। ଆୟୋଜକଙ୍କ ସୂଚନା ଅନୁସାରେ ଏହି ସେବା କେନ୍ଦ୍ର ଆଉ ୬ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ନାମଲେଖା ନେଇ କିଛି ସମସ୍ୟା ଥିଲେ ଛାତ୍ରଛାତ୍ରୀମାନେ ସିଧା ଫକୀର ମୋହନ କଲେଜ ଗେଟ ଆଗରେ ଥିବା ଏହି ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ। Share FacebookTwitterGoogle+ReddItWhatsAppPinterestEmail
Comments are closed.