ରାୟଗଡ଼ ସହର ୧୨ନମ୍ବର ୱାର୍ଡରୁ ଉଠୁନି ଓଳିଆ।

0

ରାୟଗଡ଼ – ରାୟଗଡ଼ ସହର ୧୨ ନମ୍ବର ୱାର୍ଡରୁ ଉଠୁନି ଓଳିଆ। ମଶାମାଛି ସଂଖ୍ୟା ବୃଦ୍ଧି ପାଉଛି ପରିମଳ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ନାଳରେ ଜମି ରହୁଛି ଓଳିଆ। ବଢ଼ୁଛି ମଶାମାଛିଙ୍କ ପ୍ରାଦୁର୍ଭାବ। ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ “ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡ଼” ସ୍ଲୋଗାନରେ ସୀମିତ ପୌରପରିଷଦ ଚୁପ ହୋଇ ବସିଛି।ସହରରେ ଦିନକୁଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଚି। ନାଳରୁ ଉଠୁ ନ ଥିବା ଓଳିଆକୁ ଦେଖାଇ ଲୋକେ ଅଭିଯୋଗ କରିଲେ ବିଭାଗୀୟ କର୍ମଚାରି ଜଣେ ଆଉ ଜଣକୁ ଦୋଷ ଦେଖାଇ ହାତ ଝାଡ଼ି ଦେଉଛନ୍ତି ବୋଲି କହୁଛନ୍ତି ୧୨ ନମ୍ବର ୱାର୍ଡ଼ ବାସିନ୍ଦା। ସ୍ଥାନିୟ ଲୋକ ପ୍ରତି ମାସରେ ଘର ପିଛା ୩୦ଟଙ୍କା ଲେଖାଏଁ ଦେବା ସତ୍ତ୍ୱେ ରାସ୍ତା ଏବଂ ନାଳ ସଫା ହେଉନି କାହିଁକି ବୋଲି ପ୍ରଶ୍ନ କହିଛନ୍ତି। ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଛି, ଅନ୍ୟପଟେ ନାଳର ଦୁର୍ଗନ୍ଧ ଯୋଗୁଁ ଝରକା କବାଟ ଦେଇ ରହିବା ପାଇଁ ବାଧ୍ୟ ହେଉଛୁ। ନାଳ ଉପରେ ଓ ଭିତରେ ବାଲି ମାଟି ଜମି ରହିଛି, ମାସକୁ ଥରେ ମଧ୍ୟ ସଫା ହେଉନି ବୋଲି କହିଛନ୍ତି ସ୍ଥାନୀୟ ବାସି। ପୌରପରିଷଦର ଦାୟିତ୍ୱ ବଢ଼ିଛି କିନ୍ତୁ, ଦାୟିତ୍ୱ ତୁଲାଇ ପାରୁନି ପୌରପରିଷଦ। ପରିମଳ ବ୍ୟବସ୍ଥା , ପରିଚାଳନା ଓ ଦାୟିତ୍ୱରେ ଥିବା କର୍ମଚାରି, ସ୍ବଚ୍ଛସାଥି ଓ ଅଧିକାରିଙ୍କୁ ଅଭିଯୋଗ କରିଲେ ଅଫିସକୁ କୁହନ୍ତୁ ବୋଲି କହି ଅଭିଯୋଗକୁ କର୍ଣ୍ଣପାତ କରୁନାହାଁନ୍ତି ।
ନାଳ ଓ ରାସ୍ତା ସଫା ହେଉ ନ ଥିବାରୁ ଅଳ୍ପକେ ବର୍ଷାରେ କୁତ୍ରିମ ବନ୍ଧ ସୃଷ୍ଟି ହେଉଛି।


ବିଭାଗ ପକ୍ଷରୁ ପରିମଳ ବ୍ୟବସ୍ଥା ଓ ପରିବେଶ ଠିକ୍ ରଖିବା ପାଇଁ ଡାକବାଜି ଯନ୍ତ୍ର, ଖବର କାଗଜ ଓ ଟେଲିଭିଜନ ମାଧ୍ଯମରେ ସଚେତନତା ସୃଷ୍ଟି କରୁଥିଲେ ସୁଦ୍ଧା, ପୌର ପରିଷଦର ଦାୟିତ୍ୱ ହିନତା ଓ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖା ଦେଉଛି । ଅତିଶିଘ୍ର ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ୧୨ନମ୍ବର ୱାର୍ଡ଼ ବାସିନ୍ଦା।

Leave A Reply

Your email address will not be published.