ଏକ ଅଧ୍ୟୟନ ରେ କୁହାଯାଇଛି ଯେ ୫୧% ଠାରୁ ଅଧିକ ବୃଦ୍ଧ ଲୋକ ସିଢ଼ି ଚଢ଼ୁଥିବା ବେଳେ ପଡ଼ିଯାଆନ୍ତି। ପ୍ରତିବର୍ଷ ସିଢ଼ି ଚଢ଼ିବା ସମୟରେ ଖସିପଡ଼ି ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏଣୁ ବିଶେଷଜ୍ଞମାନେ ଏହି ପରାମର୍ଶ ଦେଇଥାନ୍ତି ଯେ ୬୦ ବର୍ଷ ବୟସ ହେଲାପରେ ନିମ୍ନଲିଖିତ କାମଗୁଡ଼ିକ ନିଜେ କରିବା ଉଚିତ୍ ନୁହେଁ, କିମ୍ବା ଅନ୍ୟ କାହାରି ସହଯୋଗ ବିନା କରିବା ଉଚିତ୍ ନୁହେଁ:–
୧. ଶୀଘ୍ର ଶୀଘ୍ର ସିଢ଼ି (Stairs)/ସିଢ଼ି (Ladder) ଚଢିବା କିମ୍ବା ଅବତରଣ କରିବା ଅନୁଚିତ।
୨. ବହୁତ ଜୋର ଗତିରେ ଘୁରିବା/ମୋଡିହେବା ।
୩. ନିଜ ପାଦକୁ ନଇଁବା।
୪. ଠିଆହୋଇ ପ୍ୟାଣ୍ଟ ପିନ୍ଧିବା।
୫. ବସିଥିବା ସ୍ଥିତିରୁ ହଠାତ୍ ଉଠିଯିବା।
୬. ତୀବ୍ର ଗତିରେ ଡାହାଣ-ବାମ ଘୁରିବା।
୭. ହଠାତ୍ ପଛକୁ ହଟିଯିବା।
୮. ଭାରୀ ସାମଗ୍ରୀ ଉଠାଇବା ପାଇଁ ହଠାତ୍ ନଇଁଯିବା।
୯. ନିଦରୁ ଉଠି ହଠାତ୍ ବିଛଣାରୁ ଠିଆ ହୋଇଯିବା।
୧୦. ଅଧିକ ଉତ୍ତେଜିତ ହେବା।
୬୦ ବର୍ଷର ବୟସ୍ ପରେ ଉପରୋକ୍ତ ୧୦ଟି କାମ କରିବାରୁ ବଞ୍ଚିବା ଉଚିତ୍!
ବୃଦ୍ଧାବସ୍ଥାର ସାଧାରଣ ଚାରିଟି ସମସ୍ୟା:
୧. ଗଳାରେ ଖାଦ୍ୟ ଅଟକି ଯିବା ଫଳରେ ଶ୍ୱାସ ବନ୍ଦ ହୋଇଯିବା।
୨. ଭୁଲ୍ ତକିଆ ବ୍ୟବହାର କରିବା।
୩. ପାଦର ମାଂସପେଶୀ ଟାଣି ହୋଇ ଯିବା।
୪. ପାଦରେ ଝିମ୍ ଝିମ୍ ହେବା।
ନିଜ ସହାୟତା କିପରି କରିବେ:
୧. ଖାଦ୍ୟ ଖାଉଥିବା ବେଳେ ଶ୍ୱାସ ଅଟକିଗଲେ:
– କେବଳ ନିଜ “ହାତ ଉପରକୁ ଉଠାଇବା” ଦରକାର। ହାତକୁ ମୁଣ୍ଡ ଉପରକୁ ଉଠାଇଲେ ଗଳାରେ ଅଟକିଥିବା ଖାଦ୍ୟ ସ୍ୱତଃସ୍ଫୂର୍ତ୍ତ ତଳକୁ ଚାଲିଯିବ।
୨. ଭୁଲ୍ ତକିଆ ବ୍ୟବହାର କଲେ:
– ଯଦି ନିଦରୁ ଉଠିବା ସମୟରେ ବେକ ରେ ପିଡା ଅନୁଭବ କରନ୍ତି, ତେବେ ସେତେଦେଳେ କେବଳ ନିଜ ପାଦ ଉପରକୁ ଉଠାଇବା ଦରକାର। ତାପରେ ଆପଣଙ୍କ ପାଦ ଆଙ୍ଗୁଠିକୁ କ୍ଲକୱାଇଜ୍ (Clockwise) କିମ୍ବା ଆଣ୍ଟିକ୍ଲକୱାଇଜ୍ (AntiClockwise) ଘୂରାଇ ମାଲିସ୍ କରନ୍ତୁ।
୩. ପାଦର ମାଂସପେଶୀ ଟାଣି ହେବା:
– ଯଦି ବାମପାଦ ଟାଣି ହୋଇ ଯାଏ, ତେବେ ଡାହାଣ ହାତ ଉପରକୁ ଉଠାନ୍ତୁ। ଯଦି ଡାହାଣ ପାଦ ଟାଣି ହୋଇ ଯାଏ, ତେବେ ବାମ ହାତ ଉପରକୁ ଉଠାନ୍ତୁ। ଏହାଦ୍ବାରା ତୁରନ୍ତ ଆରାମ ଅନୁଭବ ହେବ।
୪. ପାଦରେ ଝିମ୍ ଝିମ୍ ହେଲେ:
– ଯଦି ବାମପାଦ ଝିମ ଝିମ ହୁଏ, ତେବେ ଡାହାଣ ହାତର ପାପୁଲି କୁ ଭଲଭାବେ ଘୁରାଅ। ଯଦି ଡାହାଣପାଦ ଝିମ ଝିମ ହୁଏ, ତେବେ ବାମ ହାତର ପାପୁଲିକୁ ଭଲଭାବେ ଘୁରାଅ।
ଏହି କେବଳ ନିଜ ଭିତରେ ସିମିତ ରଖିବେ ନାହିଁ, ଦୟାକରି ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ।
କିଏ ଜାଣେ ଏହା କାହାକୁ ସହାୟତା କରିପାରିବ…
ସ୍ୱସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ, ହସନ୍ତୁ, ହସାନ୍ତୁ ଏବଂ ଢେର ପାଣି ପିଅନ୍ତୁ।
ଯେପର୍ଯ୍ୟନ୍ତ ବଞ୍ଚିଥିବେ, ସୁସ୍ଥ ରୁହନ୍ତୁ।।
ସୁରେନ୍ଦ୍ର ତ୍ରିପାଠୀ
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ,
ପଞ୍ଚାୟତ ହାଇସ୍କୁଲ, ସାଥୁଆପାଟଣା,ଯାଜପୁର
ଜୟ ଜଗନ୍ନାଥ 🙏🏿