ନୂଆଦିଲ୍ଲୀ : : ର୍ଷେ ପର୍ଯ୍ୟନ୍ତ ସୁନା କିଣନି। ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କର। ବର୍ଷକ ପାଇଁ ବିଦେଶ ଯାଅ ନାହିଁ। ଯଦି ସୁବିଧା ହେଉଛି ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କର। ଖାଇବା ତେଲ କମାଅ। ଗତକାଲି କିଛି ଏଭଳି ଢଙ୍ଗରେ ଦେଶବାସୀଙ୍କୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଅନୁରୋଧ ପଛରେ କଣ ରହିଛି କାରଣ ? ଭାରତ କଣ ବଡ଼ ଧରଣର ଶକ୍ତି ସଙ୍କଟକୁ ସାମ୍ନା କରିବାକୁ ଯାଉଛି କି ? ଆଗାମୀ ଦିନରେ ଦେଶରେ ତୈଳ ସମସ୍ୟା ଜଟିଳ ହେବ କି ?
ବିଶେଷଜ୍ଞଙ୍କ କହିବା ଅନୁସାରେ ମୋଦିଙ୍କ ଅପିଲର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦ୍ରୁତ ଗତିରେ ହେଉଥିବା ଟଙ୍କାର ଅବମୂଲ୍ୟାୟନକୁ ରୋକିବା। ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିକୁ ବଜାୟ ରଖିବା ସହ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା। ଭାରତ ଅଧିକ ମାତ୍ରାରେ ଅଶୋଧିତ ତୈଳ, ଗ୍ୟାସ ଓ ସୁନା ବିଦେଶରୁ ଆମଦାନୀ କରିଥାଏ। ଏହାକୁ କିଣିବା ପାଇଁ ବିପୁଳ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ଏଥିଯୋଗୁଁ ଟଙ୍କା ଦୁର୍ବଳ ହେଉଛି ଓ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡୁଛି। ସରକାରୀ ତଥ୍ୟ ଅନୁସାରେ ଭାରତ ୨୦୨୪-୨୫ ଆର୍ଥିକ ବର୍ଷରେ ୫୮ ବିଲିୟନ୍ ଡଲାରର ସୁନା ଆମଦାନୀ କରିଥିଲା। ୨୦୨୫-୨୬ରେ ଏଥିରେ ୨୪ ପ୍ରତିଶତ ବୃଦ୍ଧି ହୋଇ ପାଖାପାଖି ୭୨ ବିଲିୟନ୍ ଡଲାରରେ ପହଞ୍ଚିଥିଲା। ସେହିପରି ୨୦୨୫-୨୬ରେ ଅଶୋଧିତ ତୈଳ ଓ ପେଟ୍ରୋଲିୟମ ପଦାର୍ଥ ଆମଦାନୀ ପାଇଁ ପାଖାପାଖି ୧୪୪ ବିଲିୟନ ଡଲାର ଖର୍ଚ୍ଚ କରିଥିଲା ଭାରତ। ଇରାନ ଆମେରିକା ଯୁଦ୍ଧ ଦୀର୍ଘ ଦିନ ଜାରି ରହିଲେ ଏହାର ପ୍ରଭାବ ଦେଶରେ ପଡ଼ିବା ଆକଳନ କରାଯାଉଛି। ଏଥିପାଇଁ ମୋଦି ସୁନା ନ କିଣିବା ଓ ତେଲ କମ୍ ବ୍ୟବହାର ଉପରେ ଜୋର୍ ଦେଇଥିବା କହିଛନ୍ତି ବିଶେଷଜ୍ଞ।
ତେଣେ ମୋଦିଙ୍କ ଅପିଲ ପ୍ରଭାବ ସେୟାର ମାର୍କେଟ୍, ଗୋଲ୍ଡ ମାର୍କେଟ୍ ଏବଂ ଟୁର ଆଣ୍ଡ ଟ୍ରାଭେଲ୍ସ ଉପରେ ପଡିଛି। ହଠାତ୍ ସେୟାର ମାର୍କେଟ୍ ଖସିଯାଇଥିବା ବେଳେ ଆଜି ସୁନାର ଦାମ୍ ବି କମିଛି। ସୁନାର ବ୍ୟବହାର କମିଲେ ଏହାର ସିଧାସଳଖ ପ୍ରଭାବ ଗୋଲ୍ଡ ମାର୍କେଟ୍ ଉପରେ ପଡ଼ିବ। ସୁନା ବ୍ୟବସାୟ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ହଜାର ହଜାର ସଂଖ୍ୟାରେ ଲୋକ ଜୀବିକା ହରାଇବେ ବୋଲି ଆଶଙ୍କା କରିଛି ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ ଜୁଏଲାରି ଡୋମେଷ୍ଟିକ୍ କାଉନସିଲ୍। ତୈଳ ଦର ବୃଦ୍ଧିର ପ୍ରଭାବ ଟୁର୍ ଓ ଟ୍ରାଭେଲ୍ସ କ୍ଷେତ୍ରରେ ପୂର୍ବରୁ ପଡିସାରିଛି। ମୋଦିଙ୍କ ନିବେଦନ ପରେ ସ୍ଥିତି ଆହୁରି ଦୟନୀୟ ହୋଇଯିବ ବୋଲି କହିଛନ୍ତି ଟୁର୍ ଅପରେଟର।
ସେପଟେ ମୋଦିଙ୍କ ବୟାନକୁ ନେଇ ଲୋକମାନେ ଭିନ୍ନମତ ପ୍ରକାଶ କରିଛନ୍ତି। କିଛି ମୋଦିଙ୍କ ଅନୁରୋଧକୁ ଯଥାର୍ଥ ବୋଲି କହିଥିବା ବେଳେ ଆଉ କିଛି ଏହାକୁ ନାପସନ୍ଦ କରିଛନ୍ତି।
ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଶକ୍ତି ସଙ୍କଟ ଦେଖାଦେବା ସହ ସପ୍ଲାଏ ଚେନ୍ ପ୍ରଭାବିତ ହୋଇଛି। ଆଉ ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି। ଯୁଦ୍ଧକୁ ନେଇ କୌଣସି ସମାଧାନ ବାହାରିପାରୁ ନ ଥିବାରୁ ସଙ୍କଟ ଆଗକୁ ଆହୁରି ଜଟିଳ ହୋଇପାରେ ବୋଲି କୁହାଯାଉଛି
Comments are closed.