ଗଜପତି, ୧.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ସହରରେ ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର କରି ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ମୋଟର ସାଇକେଲ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ଅଭିଯାନରେ ମୋଟ ୧୬ଟି ମୋଟରସାଇକେଲ ଓ ସ୍କୁଟରକୁ ଚିହ୍ନଟ କରାଯାଇ ଥାନାରେ ଅଟକ ରଖାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଅଟକ ରଖାଯାଇଥିବା ୧୬ଟି ଗାଡ଼ି ମଧ୍ୟରୁ ୧୧ଟି ମୋଟରସାଇକେଲରେ ନିୟମ ବିରୋଧୀ ମୋଡିଫାଏଡ୍ ସାଇଲେନ୍ସର ଲଗାଯାଇଥିବା ବେଳେ ଅନ୍ୟ ୫ଟି ଗାଡ଼ିରେ ଭିନ୍ନ ନମ୍ବର ପ୍ଲେଟ୍ ବ୍ୟବହାର କିମ୍ବା ନମ୍ବର ପ୍ଲେଟ୍ ନଥିବା ଜଣାପଡ଼ିଛି।ପୋଲିସ ପକ୍ଷରୁ ଜବତ ଗାଡ଼ିଗୁଡ଼ିକର ତାଲିକାରେ ରୟାଲ ଏନଫିଲ୍ଡ ବୁଲେଟ୍ ସମେତ କେଟିଏମ୍, ସିଟି ୧୦୦, ଜୁପିଟର, ଗ୍ଲାମର, ୟାମାହା ଏଫଜେଡ୍, ସ୍ପ୍ଲେଣ୍ଡର ଓ ପ୍ୟାସନ୍ ଭଳି ବିଭିନ୍ନ ମଡେଲର ଗାଡ଼ି ରହିଛି। ଏଥିମଧ୍ୟରୁ ଅଧିକାଂଶ ବୁଲେଟ୍ ମୋଟରସାଇକେଲ ଥିବା ଜଣାପଡ଼ିଛି।ଏହି ପଦକ୍ଷେପ ଦ୍ୱାରା ସହରରେ ଅନାବଶ୍ୟକ ଶବ୍ଦ ପ୍ରଦୂଷଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ସହ ରାସ୍ତାରେ ଶୃଙ୍ଖଳା ବଜାୟ ରଖିବା ଦିଗରେ ପୋଲିସର ଉଦ୍ୟମ ଜାରି ରହିଛି। ଗାଡ଼ି ଚାଳକମାନେ ନିଜ ଯାନରେ କମ୍ପାନୀ ନିର୍ଦ୍ଧାରିତ ସାଇଲେନ୍ସର ବ୍ୟବହାର କରିବା ସହ ବୈଧ ପଞ୍ଜୀକରଣ ନମ୍ବର ପ୍ଲେଟ୍ ଲଗାଇବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି।ସାଧାରଣ ଲୋକଙ୍କ ଶାନ୍ତି ଓ ସୁରକ୍ଷା ରକ୍ଷା ପାଇଁ ଏଭଳି ଯାଞ୍ଚ ଅଭିଯାନ ନିୟମିତ ଜାରି ରହିବା ଆବଶ୍ୟକ ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.