ଶ୍ରୀରାଧା ଜନ୍ମ ମହୋତ୍ସବ ଅନୁଷ୍ଠିତ ।

ପୁରୀ  :  ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଶୁକ୍ରବାର ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବା ସହିତ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ବସନ୍ତ କୁମାର ପ୍ରଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ସାକ୍ଷୀଗୋପାଳ ମନ୍ଦିର ମଞ୍ଚ ଉଦଘାଟନ କରିଥିଲେ। ପ୍ରଥମେ  ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା, ବକ୍ତୁତା, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ସେହିପରି ସଂକୀର୍ତ୍ତନ, ଓଡିଶୀ ନୃତ୍ୟ, ସମ୍ବଲପୁରୀ, ନୃତ୍ୟ ଅଗ୍ନିନୃତ୍ୟ ମ୍ୟାଜିକ ସୋ’ ସହିତ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.