ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ

କଳାହାଣ୍ଡି : ଧର୍ମଗଡ଼ ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ ବଗାଡ଼ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି । ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ ଫିକା ପଡିଯାଇଛି । ଶନିବାର ସଂଧ୍ୟା ୬ଟାରେ କେନାଲରେ ଘାଇ ସୃଷ୍ଟି ହେବା ଫଳରେ କେନାଲ ପାଣି ଜମିକୁ ମାଡ଼ିଯାଇଛି । କେନାଲ ପାଣିରେ ଜମି ଜଳମଗ୍ନ ହେବା‌ ଦେଖି ନୂଆଁଖାଇର ସବୁ ଖୁସି କ୍ଷଣିକ ମଧ୍ୟରେ ଉଭେଇ ଯାଇଛି । ଇନ୍ଦ୍ରାବତୀ ଦ୍ଵାରା ଜଳସେଚିତ ବଗାଡ ଗାଁରେ ଚଳିତ ବର୍ଷ ଧାନରୁଆ ସରିଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ସାର ପ୍ରୟୋଗ ପାଇଁ ଚାଷୀ ମାନେ ପ୍ରସ୍ତୁତ ହେଉଥିଲେ । ଠିକ୍‌ ଏତିକି ସମୟରେ ଶନିବାର ସଂଧ୍ୟାରେ ବଗାଡ ନିକଟସ୍ଥ  କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି ।

Comments are closed.