ଗଞ୍ଜାମ ବୁଗୁଡା : (ଡ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୯ତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ର ସଭାପତି ୟୁ .ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆବାହକ ଶଶଧର ବେହେରା, କଳପଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିକାଶ ରଞ୍ଜନ ପରିଡା, ସମ୍ମାନିତ ଅତିଥି ଭାବେ ଖଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରତ୍ନପ୍ରଭା ଦାସ, ମାତୃପ୍ରେମୀ କିର୍ତ୍ତନ ପ୍ରଧାନ, ଆର୍ଯ୍ୟ ସମାଜ ସମ୍ପାଦକ ବିପିନ ବିହାରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଷ୍ଠାପର ଭାବେ ଅଧ୍ୟୟନ କରି ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରୀଛାତ୍ରଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ସମ୍ପାଦକ ପ୍ରଭାତ କୁମାର ଦାସ ମଞ୍ଚାସୀନ ରହିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ଅଧ୍ଯକ୍ଷ ହରିହର ମହାରଣା ବାର୍ଷିକ ବିବରଣୀ ପଠନ, ଶିକ୍ଷୟିତ୍ରୀ ରଶ୍ମିତା ପାଢୀ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବ ପରିଚାଳନାରେ ଶିକ୍ଷାକେନ୍ଦ୍ରର ସମସ୍ତ ଅପାଭାଇ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.