ବୁଗୁଡ଼ା, : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବାର୍ଷିକ ଉତ୍ସବ ଫେବୃୟାରୀ ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବିଇଓ ଚିନ୍ମୟ ମହାପାତ୍ର ଯୋଗଦେଇ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଓ ଗୋଦାବରୀଶ ମିଶ୍ରଙ୍କ ଶିକ୍ଷା ବ୍ୟବସ୍ଥାକୁ ଅନୁସରଣ କରି ନିଜ ଜୀବନଶୈଳୀ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ଯବକ୍ତା ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଅନ୍ତରପଡ଼ା କ୍ଳଷ୍ଟର ସିଆରସିସି ସର୍ମିଷ୍ଠା କୁମାରୀ ଜେନା, ବିଦ୍ୟାଳୟର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ବିଷୋୟୀ ଓ ଅନ୍ତରପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ଯୋଗଦେଇଥିଲେ। ଅଜୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ। ତ୍ରୁତୀୟ ଶ୍ରେଣୀ ଛାତ୍ରୀ କେ.ରାଣୀ ଦୋରା ମେଧାବୃତ୍ତି ପରିକ୍ଷାରେ ଶ୍ରେଷ୍ଠ ମନୋନୀତ ହୋଇ ଥିବାରୁ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା। ସହକାରୀ ଶିକ୍ଷକ ଅଜୟ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିବରାମ ପାତ୍ର, ଭାରତୀ ଦାଶ, ସସ୍ମିତା ମହାନ୍ତି, ଭାରତୀ ରଣା, ରାଜଶ୍ରୀ ମାଝି, ରୋଜି ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.