ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ସହିତ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ରାସପୂର୍ଣ୍ଣିମା ତିଥିରେ ଆଶ୍ରମର ସଭାପତି ବାସୁଦେବ ମହାପାତ୍ରଙ୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦଙ୍କ ବାଣୀ “ବହୁମୁଖେ ସମ୍ମୁଖେ ତୁମର ଛାଡିକାହିଁ ଖୋଜୁଛ ଈଶ୍ବର; ଜୀବେ ପ୍ରେମ କରେ ଯେଉଁ ଜନ ସେବିଛେ ଈଶ୍ବର।”: ଏହାର ତାତ୍ପର୍ଯ୍ୟ ପ୍ରଖ୍ୟାପନ କରିଥିଲେ। ସ୍ବାମୀ ଭାଗବତାନନ୍ଦ ପୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାନବ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ଈଶ୍ବର ଲାଭ- ରାମକୃଷ୍ଣ ପରମହଂସଙ୍କ ଏହି ଉକ୍ତି କିଭଳି ବାସ୍ତବରେ ତାଙ୍କ ଜୀବନରେ ସାଧନା କରି ମା’କାଳୀ ତଥା ଈଶ୍ବର ଦର୍ଶନ କରି ମୁକ୍ତିଲାଭର ଉପାୟ ଜଗତ ସମ୍ମୁଖରେ ଆଦର୍ଶ ରଖିଯାଇଛନ୍ତି ତାହାର ଅବତାରଣା କରିଥିଲେ। ଅବସରପ୍ରାପ୍ତ ଡାକ୍ତର ନବକିଶୋର ମହାପାତ୍ର, ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଶ୍ରମର ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ରାଜକିଶୋର ଛୁଆଳସିଂହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସ୍ବାମୀ ଗଣେଶାନନ୍ଦ ଓ ନାରାୟଣ ସାମନ୍ତରାୟ ଭଜନ ପରିବେଷଣ କରିଥିଲେ। ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଶକ୍ତିରୂପା ସାହୁ, ବିଶ୍ବରୂପା ସାହୁ, ପ୍ରଜ୍ଞା ପାରମିତା ଓ ଲକ୍ଷ୍ମୀପ୍ରିୟା ପ୍ରମୁଖ ରାମକୃଷ୍ଣ ବିବେକାନନ୍ଦଙ୍କ ଜୀବନୀ ଓ ବାଣୀ ସମ୍ବନ୍ଧରେ ନିଜର ବକ୍ତବ୍ଯ ରଖିଥିଲେ। ଅଭାବୀ ମେଧାବୀ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସତ୍ୟନାରାୟଣ ବାରିକ, ନିରାକାର ବଳିୟାରସିଂହ, ରୁଦ୍ରନାରାୟଣ ଚୌଧୁରୀ, ବୀରେନ୍ ମଙ୍ଗରାଜ, ପ୍ରଜ୍ଞା ପ୍ରିୟଦର୍ଶିନୀ ସେନାପତି, ଲକ୍ଷ୍ମୀପ୍ରିୟା ଦାସ, ବିଶ୍ବରୂପା ସାହୁ, ରାହୁଲ ପରିଡା, ରୀତାଲି ପରିଡା ପ୍ରମୁଖ ୧୦ଜଣଙ୍କୁ ୧,୦୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଗଲା। ରବୀନ୍ଦ୍ର କୁମାର ଜେନା ଓ ମନୋଜ କୁମାର ଗୁମାନସିଂହ ଉତ୍ସବକୁ ସଂଯୋଜନା କରିଥିଲେ। ଆଶ୍ରମର ସହସଂପାଦକ ସର୍ବେଶ୍ବର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.