ସୁବର୍ଣ୍ଣପୁର ଜିଲ୍ଲା ସାଲେଇପଦର ଗାଁରେ ଯୁବକ କୁ ହତ୍ୟା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର୍ ଗାଁ ରେ ଯୁବକଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ। ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା । ଅଭିଯୋଗ ଅନୁସାରେ ଗତ କାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି ଆଉ ଫେରି ନଥିଲେ । ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ଖବର ପାଇ ନଥିଲେ । ତେବେ ଆଜି ସକାଳୁ ସାଲେଇପଦର୍ ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ସୁବଳୟା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ମୃତ ଦେହ ନିକଟରେ ତାଙ୍କ ସ୍କୁଟି ପଡିଥିବାବେଳେ ପାଖରେ ଗ୍ଲାସର, ମଦ ବୋତଲ, ପାଣି ବୋତଲ ଓ ଅଧା ପିଆ ମଦ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ମିଳିଛି।

Comments are closed.