ସୁବର୍ଣ୍ଣପୁର ଜିଲ୍ଲା ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପରୁ ଜିଲ୍ଲା ରାମେଶ୍ବର ଷ୍ଟାଡିୟମ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି ।ଜିଲ୍ଲା ପୋଲିସ, ହୋମଗାର୍ଡ, ଏନ.ସି.ସି ଓ ବିଭିନ୍ନ ସ୍କୁଲ କଲେଜର ସ୍କାଉଟ୍ ମୋଟ ୩୭ଟି ଦଳ ପ୍ୟାରେଡ ରେ ଭାଗନେଇଥିଲେ । ୧୦ଟି ପ୍ରଜ୍ଞାପନ ମେଢ ମଧ୍ୟ ପ୍ୟାରେଡରେ ଭାଗନେଇଥିଲେ ।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଶାରୀରିକ କ୍ରୀଡା ପ୍ରଦର୍ଶନ କରାଯାଇଥିଲା ।

Comments are closed.