ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ୭୫ତମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଯାତ୍ରା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଅନୁଷ୍ଠିତ ହୋଇଯାଇଛି ତ୍ରିରଙ୍ଗା ଯାତ୍ରା । ଜିଲ୍ଲାର ତରଭା ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ୨୦୦ ମିଟରର ଏକ ତ୍ରିରଙ୍ଗା ପତାକା ନିର୍ମାଣ ସହ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହନସିଳତା, ଏକତା ଓ ଅଖଣ୍ଡତା ର ଏହି ତ୍ରରଙ୍ଗା ଯାତ୍ରା ତରଭା ମାହେଶ୍ୱରୀ ସଂଗଠନର କାର୍ଯ୍ୟକର୍ତାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନିୟ ବାଠିକା ଉଚ୍ଚ ବିଦ୍ୟାଳୟସମ୍ମୁଖରୁ ବାହାରୀ ସହର ସାରା ପରିକ୍ରମା କରି ସ୍ଥାନିୟ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ପରେଡ ଗ୍ରାଉଣ୍ଡରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ତଥା ସ୍ଥାନିୟ ଲୋକ ମାନେ ଉପସ୍ଥିତ ରହି ସହେଯାଗ କରିଥିଲେ ।

Comments are closed.