ରାମଦେବଙ୍କୁ ହାଇକୋର୍ଟଙ୍କ ଭର୍ସନା, ଲୋକଙ୍କୁ ଭ୍ରମିତ ନ କରିବା ପାଇଁ ତାଗିଦ

ଏଲୋପ୍ୟାଥି ଚିକିତ୍ସା ବିରୋଧରେ ବାରମ୍ବାର ଉଦ୍ଦେଶ୍ୟ ମୂଳକ ଭାବରେ ଭ୍ରମାତ୍ମକ ପ୍ରଚାର କରିବା ପରେ କିଛି ଏଲୋପ୍ୟାଥି ଡାକ୍ତର ମାନଙ୍କ ସମୂହ ହାଇକୋର୍ଟରେ ପତାଞ୍ଜଳୀ କମ୍ପାନୀର ସତ୍ଵାଧିକାରୀ ରାମକ୍ରୀଷ୍ଣ ଯାଦବ ଓରଫ ରାମଦେବ ବିରୋଧରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜଷ୍ଟିସ ଅନୁପ ଜୟରାମ ଭମ୍ବାନୀ ଚିନ୍ତାବ୍ୟକ୍ତ କରିଛନ୍ତି , ସେ କହିଛନ୍ତି ରାମଦେବ ନିଜ ମନ୍ତବ୍ୟରେ ଯେଉଁ ଅନ୍ତରାଷ୍ଟ୍ରୀୟ ନେତାଙ୍କ ନାମ ନେଇଛନ୍ତି ସେ ନେତା ଓ ସେ ଦେଶ ସହିତ ଭାରତର ଉତ୍ତମ ସମ୍ପର୍କ ଅଛି , ରାମଦେବଙ୍କ ଏପରି ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ ହେବାର ସମ୍ଭାବନା ଥିବାର ଆଶଙ୍କା ପ୍ରକାଶ କରିବା ସହ ଏଲୋପ୍ୟାଥି ଚିକିତ୍ସା ବିରୋଧରେ ଅପପ୍ରଚାର ନକରିବା ପାଇଁ ତାଗିଦ କରିଛନ୍ତି ।

ମାମଲାର ଶୁଣାଣି ବେଳେ ରାମଦେବଙ୍କ ଓକିଲ ନିଜ ପକ୍ଷ ରଖି ତାଙ୍କ ମହକିଲଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲାଟିକୁ କଂଗ୍ରେସ ବନାମ ବିଜେପିର ରୂପ ଦିଆ ଯାଉଥିବାର କହିଥିଲେ , ଏହାର ଜବାରେ ଜଷ୍ଟିସ ଭମ୍ବାନୀ ଟିପ୍ପଣୀ ଦେଇ କୋର୍ଟରେ ରାଜନିତୀ ପାଇଁ କୌଣସି ସ୍ଥାନ ନଥିବାର କହିଥିଲେ । ଡାକ୍ତର ସମୂହ ମାନଙ୍କ ପାଖରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଆଖିଲ ଶିଵଲ ନିଜର ପକ୍ଷ ରଖିଥିଲେ । କୋରନା ସଙ୍କଟ ସମୟରେ ରାମଦେବ କିଭଳି କୋରୋନିଲ ଓ ଏଲୋପ୍ୟାଥି ଵିଜ୍ଞାନ ବାବଦରେ ଅପପ୍ରଚାର କରିଥିଲେ ତାହାର ସବିଶେଷ ତଥ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ , ମାନ୍ୟବର କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ପୁନଃ ଶୁଣାଣି କରିବା ପାଇଁ ସ୍ଥିର କରିଛନ୍ତି ।

Comments are closed.