ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ସମୁଦ୍ର ତଟରେ ସନ୍ଦେହଜନକ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିଲା, ସେହି ଡଙ୍ଗାରେ କେହି ମଣିଷ ନଥିବା ଦେଖି ମତ୍ସ୍ୟଜୀବୀ ମାନେ ପୋଲିସକୁ ଖବର ଦେଇଥିଲେ, ପୋଲିସ ସେଠାରେ ପହଂଚି ଯାଞ୍ଚ କରିବାରୁ ସନ୍ଦିଗ୍ଧ ଡଙ୍ଗାରୁ ପରିମାଣର ୩ ଟି AK-47 ରାଇଫଲ, ଜିଲେଟିନ ଛଡ଼ି, ଗୁଳି ଓ ବିପୁଳ ପରିମାଣର ଗୋଳବାରୁଦ ଏବଂ ବହୁ ସଂଖ୍ୟକ କାର୍ଟ୍ରିଜ୍ ମିଳିଥିବା ଜଣାଯାଇଛି। ରାୟଗଡ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଡଙ୍ଗାରେ କିଏ ଆସିଛନ୍ତି ଏବଂ ସେମାନେ କେଉଁଠାରୁ ଆସିଛନ୍ତି ତାହା ଅନୁସନ୍ଧାନରେ ସୁରକ୍ଷା ଏଜେନ୍ସି ନିୟୋଜିତ ଅଛନ୍ତି। ପୋଲିସ ଡଙ୍ଗାକୁ ଜବତ କରିଛି। ଏହି ଡଙ୍ଗା ବିଷୟରେ ସୂଚନା ପାଇବା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି।
Sign in
Sign in
Recover your password.
A password will be e-mailed to you.
Comments are closed.