ଦିଲ୍ଲୀ ହାରକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ

ଦିଲ୍ଲୀ : ବିଜେପି ନେତା ଶାହାନବାଜ ହୁସେନ ବିରୋଧରେ ବଳାତ୍କାର ମାମଲା ଦାୟର ପାଇଁ ନିର୍ଦ୍ଧେଶ ।

କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ଶାହାନୱାଜ ହୁସେନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି , ୨୦୧୮ ମସିହାରେ ଦିଲ୍ଲୀର ଜୈନିକ ମହିଳା ଶାହାନୱାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣି ର ନିମ୍ନ ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଦିଲ୍ଲୀର ଛତରପୁରସ୍ଥ ଏକ ଫାର୍ମ ହାଉସରେ ଶାହାନୱାଜ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଘଟଣା ବିଷୟରେ ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ , କିନ୍ତୁ ଦିଲ୍ଲୀ ପୋଲିସ ନିନ୍ମ ଅଦାଲତରେ ଉପପସ୍ଥାନ କରଥିବା ଚାର୍ଜସିଟରେ ପିଡୀତଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇ ଥିଲା , ନିମ୍ନ ଅଦାଲତ ମାମଲାର ଶୁଣାଣିକରି ଅଭିଯୁକ୍ତ ବିରୋଧରେ ମାମଲା କରିବା ପାଇଁ ଦିଲ୍ଲୀ ପୂଲିସକୁ ନିର୍ଦ୍ଦେଶ ଦେବାରୁ , ନିନ୍ମ ଅଦାଲତଙ୍କ ରାୟ ବିରୋଧରେ ଅଭିଯୁକ୍ତ ଶାହାନୱାଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଆଶା ମେନନଙ୍କ ବେଞ୍ଚ ଏହି ଦୁଷ୍କର୍ମ ମାମଲାର ବିଚାରକରି ଦିଲ୍ଲୀ ପୋଲିସକୁ ଅଭିଯୁକ୍ତ ଶାହାନୱାଜ ହୁସେନ ବିରୋଧରେ ମାମଲା ଦାୟର କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି , ସବୁ ତଥ୍ୟକୁ ଦେଖି ସରିବାପରେ ମାନ୍ୟବର କୋର୍ଟ ନିଜ ରାୟରେ ଦିଲ୍ଲୀ ପୋଲିସର କାର୍ଯ୍ୟ ଦକ୍ଷତା ଓ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି , ନିମ୍ନ ଅଦାଲତରେ ଦିଲ୍ଲୀ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ତଦନ୍ତ ରୋପର୍ଟକୁ ଅସମ୍ପୂର୍ଣ୍ଣ ଦର୍ଶାଇ , ଅଭିଯୁକ୍ତଙ୍କ ବିରୋଧରେ ଧର୍ଷଣ ଓ ଅନ୍ୟାନ୍ୟ ମାମଲାରେ କେଶ ଦାୟର କରିବା ସହ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ବିଜେପି ନେତା ଶାହାନବାଜ ହୁସେନ ତିନିଥର ଲୋକ ସଭାକୁ ନିର୍ବାଚିତ ହେବାସହ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ହୁସେନ , ନିକଟରେ ବିହାର ମିଳିତ ସରକାର ରେ ଶିଳ୍ପ ମନ୍ତ୍ରୀ ଥିଲେ ।

Comments are closed.