ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ

ଅର୍ଜୁନୀ ଚରଣ ବେହେରା

ତ୍ରେତୟା ଯୁଗରେ ରାଜା
ରାମଚନ୍ଦ୍ର
ସୁଶାସନ ରାମରାଜ୍ୟ l
କଳିଯୁଗେ ଭାଈ ସେହି ରାମରାଜ୍ୟ
ଆମରି ମୟୂରଭଞ୍ଜ ll
ମୟୁର ଅଣ୍ଡଜ ବଂଶରେ ସମ୍ଭବି
ରାଜା ଶ୍ରୀ ଶ୍ରୀରାମଚନ୍ଦ୍ର l
ରାଜା ନୁହେଁ ସିଏ ମହାରାଜା ଆମ
ଓଡ଼ିଶା ଆକାଶେ ଚନ୍ଦ୍ର ll
ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ ଚିହ୍ନି
କେତେ ଗୁଣି ବ୍ୟକ୍ତି l
ସୁଶାସାନ ତନ୍ତ୍ର ପ୍ରତିଷ୍ଠା ନିମନ୍ତେ
କରାଇ ଥିଲେ ନିଯୁକ୍ତି ll
ମୟୁରଭଞ୍ଜ ସେ ପାହାଡ଼ି ମୁଲକ ବଣ
ପାହାଡ଼ରେ ଘେରା l
ସୂକ୍ତିକା ମଧ୍ୟରେ ମୁକ୍ତିକା ଯେମନ୍ତ ତୁମେ
ଏ ଜାତିର ହୀରା ll
ତୁମରି ରାଜ୍ୟରେ ସବୁରି ପ୍ରଥମେ
ବାଷ୍ପୀୟ ଶକଟ ଗତି l
ଗୋରୁମହିଷାଣୀ, ବାଦାମ ପାହାଡ଼େ
ଜଳିଲା ବିଜୁଳି ବତି ll
ମାତୃଭୂମି ମାତୃ ଭାଷାର ଉନ୍ନତି ତୁମ
ଥିଲା ଧର୍ମ ନିଷ୍ଠା l
କେତେ ଜନହିତ ଅନୁଷ୍ଠାନ ରାଜା
କରିଯାଇଛ ପ୍ରତିଷ୍ଠା ll
ତୁମେ ଏ ଜାତିର ପ୍ରାଣ ପ୍ରତିଷ୍ଠାତା
ମୁମୂର୍ଷୁର ପ୍ରାଣଦାତା l
କଟକେ ଭେଷଜ ବିଦ୍ୟାଳୟ ଆଜି
ଝୁରୁଛି ଉତ୍କଳ ମାତା ll
ଅଳପ ବୟସେ ଚାଲିଗଲ ସିନା
ଧୂମକେତୁ ପରି ଆସି l
ନବ ଉତ୍କଳର ନିର୍ମାତା ତୁମେ ହେ
ଭୁଲିନୁ ଓଡିଶା ବାସୀ ll
ପ୍ରୟାଣ ଦିବସେ କୋଟି ଦଣ୍ଡବତ
ଆଶିଷ ଟିକିଏ ଦିଅ l
କାମନା ଏତିକି ମାତୃଭୂମି ଲଭୁ
ତୁମ ଭଳି ଯୋଗ୍ୟ ପୁଅ ll
🙏🙏🙏
ଅର୍ଜୁନୀ

ମୋ – 7693091971

Comments are closed.