ପ୍ରେମମୟ ହରି

ଅର୍ଜୁନୀ ଚରଣ ବେହେରା

ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l
ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll
ଗଳେ ଦିଅ ବନମାଳା କେତକୀ ନିଆଳି l
ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll
ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l
ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll
ପ୍ରେମାନନ୍ଦେ ବୋଳିହୁଅ ବ୍ରଜଦାଣ୍ଡ ଧୂଳି l
ବ୍ରଜ ଦାଣ୍ଡେ ଚାଲିଯାନ୍ତି ରାମବନମାଳୀ ll
ମଧୁରେ ମୁରଲୀ ବାଜେ ନାଚେ ବୃନ୍ଦାବନ l
ବୃନ୍ଦବୃନ୍ଦ ଗୋପିବୃନ୍ଦେ ଗୋପିକା ଜୀବନ ll
ଶଙ୍ଖନାଦେ ଘଣ୍ଟା ବାଜେ ବାଜଇ ମୃଦଙ୍ଗ l
ବୃନ୍ଦାବନେ ବୁଲୁଛନ୍ତି ବୃନ୍ଦ ହୋଇ ଭୃଙ୍ଗ ll
ମୟୂର ମୟୂରୀ ଶୁକଶାରୀ ନାଚ ରଙ୍ଗେ l
ଜୟ ଶ୍ରୀମତୀ ଶ୍ରୀପତି ଜୟ ଶିରିରଙ୍ଗେ ll
କଦମ୍ବ କୁସୁମେ ଶୋଭା ଗିରି ବନ ଭୂଇଁ l
ମୟୁର ପୁଛକୁ ବାଙ୍କେ ବାନ୍ଧିଛି କହ୍ନାଇ ll
ମଙ୍ଗଳ ସଙ୍ଗୀତ ଗାଅ ଦେଇ କରତାଳି l
ଯୁଗ୍ମ ଚରଣରେ ବେନି ନେତ୍ରକୁ ପଖାଳି ll
ଜୟ ଗୋପିକାରମଣ ଜୟ ଗୋପପ୍ରାଣ l
ଜୟ ରାସବିହାରୀ ଶ୍ରୀ ରାଧିକା ରମଣ ll
ଜୟ ବୃନ୍ଦାବନେଶ୍ଵରୀ ଜୟ ରାସେଶ୍ୱରୀ l
ଜୟ ଶ୍ରୀ ଆନନ୍ଦ କନ୍ଦ ପ୍ରେମମୟ ହରି ll
🙏🙏🙏
ଅର୍ଜୁନୀ
————
ମୋ -7693091971

Comments are closed.