ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆଜି

ଭୁବନେଶ୍ବର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆଜି (୧୧ ତାରିଖ, ରବିବାର) ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜନ୍ମମାଟି ସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଥିବା ପରିପ୍ରେକ୍ଷୀରେ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବାଦ ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରବନ୍ଧ ପ୍ରତିଯୋଗିତା। ପ୍ରତିଯୋଗିତାରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରୁ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ଭାଗ ନେଉଛନ୍ତି। ସାରା ଓଡ଼ିଶାରେ ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୬୦୦ରୁ ଅଧିକ କେନ୍ଦ୍ରରେ ଏହି ପ୍ରତିଯୋଗିତା ହେଉଛି।   ପୂର୍ବରୁ ପଂଜୀକରଣ କରିନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଛାତ୍ରଛାତ୍ରୀମାନେ ନିଜ ପରିଚୟ ପତ୍ର ସହ କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ ହେବ।

Comments are closed.