ଓଡ଼ିଶା ନାରୀସଂଘର ପରିବେଶ ପରାମର୍ଶ କେନ୍ଦ୍ର ପକ୍ଷରୁ ପ୍ରତିଯୋଗୀତା

ମହିଳା ଏବଂ ଶିଶୁମାନଙ୍କର ବିକାଶ ଘଟିଲେ ହିଁ ସମାଜ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ହେବ । ଏହି ଉକ୍ତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଓଡ଼ିଶା ନାରୀସେବା ସଂଘର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁମାନଙ୍କ ବିକାଶକୁ ଦୃଷ୍ଟିରେ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ କଟକ ସ୍ଥିତ ସେଲଟର ଛକ ନିକଟସ୍ଥ ନେତାଜୀ ନଗର ତଥା ଗୋପବନ୍ଧୁ ସାହିର ବସ୍ତି ଅଞ୍ଚଳରେ ରହୁଥିବା ଶିଶୁମାନଙ୍କୁ ନେଇ ଓଡ଼ିଶା ନାରୀସେବା ସଂଘ ପକ୍ଷରୁ ଚିତ୍ରାଙ୍କନ ଏବଂ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତି ଶିଶୁମାନଙ୍କୁ ସଂଘ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ପ୍ରଥମେ ମହିଳା ଏବଂ ଶିଶୁମାନଙ୍କୁ ସ୍ୱଚ୍ଛତା ଏବଂ ଉତ୍ତମ ପରିବାର ଗଢ଼ିବା ସଂପର୍କରେ ସଚେତନ କରାଯାଉଥିଲା ‘ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦିକା ଆଭା କାନୁନ୍‌ଗୋ ଅଧ୍ୟକ୍ଷତା କରିଥିଲେ । ହଲ ସଂପାଦିକା ମଞ୍ଜୁ ସିଂ, ସଂଗଠନ ସଂପାଦିକା ମୀରା ବେଉରା (ଏଫ୍‌.ସି.ସି) କାଉନସିଲର ସରୋଜିନୀ ଓଝା, ଅମ୍ବିକା ପଲାଇ, ଜ୍ୟୋର୍ତିମୟୀ ନନ୍ଦୀ, ଗୀତାଶ୍ରୀ ଦାସ, ବୈଜୟନ୍ତି ମାଲା ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହ ସଂପାଦିକା ଇନ୍ଦୀରା ଅରୋରା ଧନ୍ୟବାଦ ଦେଇଥିଲେ । ନେତାଜୀନଗର ପୂଜାକମିଟି ସେକ୍ରଟାରୀ ଅସିମ୍ ଚକ୍ରବର୍ତ୍ତି ଉପସ୍ଥିତ ଥିଲେ ।

Comments are closed.