ପୁରୁଣା ଦୁର୍ଗରେ ବିବାହ କରିବେ ଅଭିନେତ୍ରୀ ହଂସିକା ମୋଟୱାନୀ

ମୁମ୍ବାଇ: ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଖବର ଅନୁଯାୟୀ, ହଂସିକା ମୋଟୱାନୀ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ହଂସିକାଙ୍କ ବିବାହ ପାଇଁ ୪୫୦ବର୍ଷ ପୁରୁଣା ଦୁର୍ଗ ବୁକ୍ କରାଯାଇଥିବା ବେଳେ ଏହା ବଲିଉଡର ପରବର୍ତ୍ତୀ ଚର୍ଚ୍ଚିତ ବିବାହ ବୋଲି କୁହାଯାଉଛି।

କୋଇ ମିଲ ଗୟା ଚଳଚ୍ଚିତ୍ରରୁ ଲୋକପ୍ରିୟ ହୋଇଥିବା ହଂସିକା ଅନେକ ଫିଲ୍ମରେ କାମ କରି ସାରିଛନ୍ତି। ତାଙ୍କ ବିବାହ ଖବର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭିର ଏକ ରିପୋର୍ଟରେ ଦିଆଯାଇଥିବା ବେଳେ ଖବର ଅନୁଯାୟୀ, ହଂସିକା ରାଜସ୍ଥାନରେ ଅବସ୍ଥିତ ପ୍ରସିଦ୍ଧ ୪୫୦ବର୍ଷ ପୁରୁଣା ଦୁର୍ଗରେ ବିବାହ କରିବେ। ତେବେ ହଂସିକା କାହାକୁ ବିବାହ କରୁଛନ୍ତି ଏବଂ କେବେ ବିବାହ କରୁଛନ୍ତି, ତାହା ରିପୋର୍ଟରେ କୁହାଯାଇନାହିଁ। ଏହା ସହ ହଂସିକା ମଧ୍ୟ ନିଜ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।ଇଣ୍ଡିଆ ଟିଭି ଅନୁଯାୟୀ, ହଂସିକାଙ୍କ ଭାବିସ୍ବାମୀ ବର ଜଣେ ରାଜନେତାଙ୍କ ପୁଅ ଏବଂ ଜଣେ ବ୍ୟବସାୟୀ। ବିବାହ ମୁଣ୍ଡୋଟା ଫୋର୍ଟ ଆଣ୍ଡ ପ୍ୟାଲେସରେ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ହଂସିକାଙ୍କ ପ୍ରତିକ୍ରିୟା ମିଳିନଥିବାରୁ ତାଙ୍କ ବିବାହକୁ ନେଇ ସ୍ପଷ୍ଟୀକରଣ ମିଳିପାରିନାହିଁ।

Comments are closed.