ଗଜପତି,୨୯.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କମ୍ପ୍ୟୁଟର ପ୍ରକୋଷ୍ଠରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦:୦୦ ଘଣ୍ଟା ସମୟରେ କାର୍ଯ୍ୟାଳୟରୁ ଧୁଆଁ ବାହାରିବା ଦେଖି ଅଗ୍ନିଶମ ବାହିନୀକୁ ସୂଚନା ପ୍ରଦାନ କରାଯିବା ସହ ବିଦ୍ୟୁତ୍ ବିଭାଗକୁ ଲାଇନ୍ କାଟିବା ପାଇଁ ଅନୁରୋଧ କରାଯାଇଥିଲା। ଅଗ୍ନିଶମ ବିଭାଗର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ କମ୍ପ୍ୟୁଟର ପ୍ରକୋଷ୍ଠରେ ଥିବା କମ୍ପ୍ୟୁଟର ଓ ଆବଶ୍ୟକୀୟ କାଗଜପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ପରିଲକ୍ଷିତ ହୋଇଛି। ଯାଞ୍ଚ ପରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏପଟେ ଜନସାଧାରଣ କିଛି ଦୂର୍ନୀତିମୂଳକ କାର୍ଯ୍ୟକୁ ଲୁଚାଇବାକୁ ନିଆଁ ଲଗାଇ ଦିଆଯାଇଥିବାର ଚର୍ଚ୍ଚା ଲାଗିରହିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନିମନ୍ତେ ଜନସାଧାରଣ ଦାବି ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.