ଗଜପତି,୨୯. ୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଓମ୍ ଶାନ୍ତି କଲୋନୀଠାରେ ଅବସ୍ଥିତ ବ୍ରହ୍ମକୁମାରୀସ୍ ଶାନ୍ତି ସନ୍ଦେଶ ଭବନ ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଏକ ନିଆରା ଭାଇ-ଭଉଣୀ ସମ୍ପର୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରର ଦାୟିତ୍ଵ ପ୍ରାପ୍ତ ଭଉଣୀ ବ୍ର. କୁ ସରିତା ଭଉଣୀ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଥାପନା ଓ ଲକ୍ଷ୍ୟ ଯଥା ଜନସାଧାରଣଙ୍କ ଚରିତ୍ର ନିର୍ମାଣରେ କିପରି ପରମପିତା ପରମାତ୍ମା ଶିବ କିପରି ସ୍ଵର୍ଣ୍ଣୀମ ଭାରତର ନିର୍ମାଣ ରାଜଯୋଗ ଓ ଆଧ୍ୟାତ୍ମିକ ଶିକ୍ଷା ଆଧାରରେ କରୁଛନ୍ତି ସେ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଓ ଭଗବାନଙ୍କର ସେହି ମହାନ୍ ଓ ଯୁଗାନ୍ତକାରୀ କାର୍ଯ୍ୟରେ ସାମ୍ବାଦିକ ଭାଇଭଉଣୀ ମାନଙ୍କ ସହଯୋଗ ଓ ଆନ୍ତରିକ ଆବଶ୍ୟକତା ବିଷୟରେ ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶାନ୍ତି ସନ୍ଦେଶ ଭବନର ବ୍ରହ୍ମକୁମାରୀ ଭଉଣୀମାନେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ରକ୍ଷା ସୁତ୍ର ବାନ୍ଧି ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମଜବୁତ କରିବା ସହ ସେମାନଙ୍କର ଦୀର୍ଘଜୀବନ,ସୁଖ,ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ଏହି ଅବସରରେ
ରକ୍ଷାବନ୍ଧନର ଆଧ୍ୟାତ୍ମିକ ମହତ୍ତ୍ୱ ଓ ଭାଇଭଉଣୀର ପବିତ୍ର ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ସମାଜରେ ଶାନ୍ତି , ଭାଇଚାରା , ସଦ୍ଭାବନା ଓ ମାନବିକ ମୂଲ୍ୟବୋଧ ବଜାୟ ରଖିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଓ ଭଉଣୀମାନେ ମତ ପ୍ରକାଶ କରିଥିଲେ।ସାମ୍ବାଦିକମାନେ ମଧ୍ୟ ବ୍ରହ୍ମକୁମାରୀ ଭଉଣୀମାନଙ୍କ ଠାରୁ ରାକ୍ଷୀ ଗ୍ରହଣ କରି ସେମାନଙ୍କ ସ୍ନେହ ଓ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଥିଲେ। ରାକ୍ଷୀ ପୂର୍ଣ୍ଣିମା କେବଳ ରାକ୍ଷୀ ବାନ୍ଧିବାର ପର୍ବ ନୁହେଁ , ବରଂ ପରସ୍ପର ମଧ୍ୟରେ ସ୍ନେହ , ବିଶ୍ୱାସ , ସମ୍ମାନ ଓ ଦାୟିତ୍ୱବୋଧକୁ ଦୃଢ଼ କରିବାର ଏକ ପବିତ୍ର ଅବସର ବୋଲି ମତ ପ୍ରକାଶ ପାଇଥିଲା।ଶାନ୍ତି ସନ୍ଦେଶ ଭବନରେ ଅନୁଷ୍ଠିତ ଏହି ନିଆରା ରାକ୍ଷୀ ପୂର୍ଣ୍ଣିମା କାର୍ଯ୍ୟକ୍ରମ ସାମ୍ବାଦିକ ଓ ବ୍ରହ୍ମକୁମାରୀ ଭଉଣୀମାନଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କର ସେତୁ ସୃଷ୍ଟି କରିଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.