ଗଜପତି,୨୯.୯(ମନୋଜ ପାଢ଼ୀ) :-ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ, ଶ୍ରୀ ଅନୁପ କୁମାର ପଣ୍ଡା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ,ଶ୍ରୀମତୀ କେ.ସୁନିତା ଓ ଅତିରିକ୍ତ ତହସିଲଦାର ପାରଳାଖେମୁଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାର ଏକ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଏହି ଆର୍ଥିକ ସହାୟତା ଦ୍ଵାରା ଉପକୃତ ହୋଇଛନ୍ତି।ଏହି ଅବସରରେ ଅତିଥି ଗଣ ସୁଭଦ୍ରା ଭଉଣୀମାନଙ୍କୁ ‘ସୁଭଦ୍ରା’ ଯୋଜନାର ଉଦ୍ଦେଶ୍ୟ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଯୋଜନାରୁ ମିଳୁଥିବା ଆର୍ଥିକ ସହାୟତାର ସୁବିନିଯୋଗ କରି ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ପ୍ରଦାନ କରିଥିଲେ। ସେହିପରି ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନର ସୁଯୋଗ ମହିଳାମାନଙ୍କୁ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଅଧିକ ସଶକ୍ତ ଓ ସକ୍ରିୟ କରିବା ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତିର ଶ୍ରୀ ଟିମନ ବାରା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀମତୀ ସାରଳା ପାତ୍ର , ଶ୍ରୀମତୀ ସ୍ନିଗ୍ଧା ରାଣୀ ଭୁଁୟା ,ଶ୍ରୀ ମନୋଜ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସୁଭଦ୍ରା ଭଉଣୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ପରିସମାପ୍ତି ପରେ ରାଜ୍ୟସ୍ତରୀୟ ‘ସୁଭଦ୍ରା’ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.