ପ୍ରତିଦିନ ଗୋଟିଏ କମଳା ଖାଇବାର ଫାଇଦା ଜାଣନ୍ତୁ

ନୂଆଦିଲ୍ଲୀ: ଶୀତଦିନେ ପ୍ରଚୁର ମାତ୍ରାରେ କମଳା ମିଳିଥାଏ। କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଶୀତ ଦିନେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼ିବାରୁ ଥଣ୍ଡା, କାଶ ଓ ଜ୍ବର ଆଦି ହୋଇଥାଏ। ଶୀତଦିନେ ପ୍ରତିଦିନ ଗୋଟିଏ ଲେଖାଏଁ କମଳା ଖାଇଲେ ଏହା ଶରୀରକୁ ରୋଗରୁ ବଞ୍ଚାଇଥାଏ।

କମଳାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। କମଳା ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ। ଯାହାଦ୍ବାରା ଆମେ କମ ଖାଦ୍ୟ ଖାଇଥାଉ। ଫଳରେ ଶରୀରର ଓଜନ ସନ୍ତୁଳନ ରହିବା ସହିତ କ୍ୟାଲୋରି ମାତ୍ରା ବି କମ୍ ରହିଥାଏ।

କମଳା ଖାଇବା ଦ୍ବାରା କିଡନିରେ ଷ୍ଟୋନ ହେବାର ସମ୍ଭାବନା କମ ରହିଥାଏ। ପରିଶ୍ରାରେ ସାଇଟ୍ରେଟ କମ ହେତୁ କିଡନିରେ ଷ୍ଟୋନ ହୋଇଥାଏ। ସାଇଟ୍ରେଟ ଏକ ସାଇଟ୍ରିକ ଏସିଡ ହୋଇଥାଏ, ଯାହା ବିଶେଷ ଭାବେ କମଳା ଭଳି ଖଟା ଫଳରେ ରହିଥାଏ। ଯେଉଁମାନଙ୍କ ପେଟରେ ପଥର ହେବାର ସମ୍ଭାବନା ଥାଏ, ସେମାନଙ୍କୁ ବିଶେଷ ଭାବେ ସକାଳୁ ଗୋଟିଏ ଗ୍ଲାସ କମଳା ରସ ପିଇବାକୁ ଦିଆଯାଇଥାାଏ। ଏହା ପରିଶ୍ରାରେ ସାଇଟ୍ରେଟସ୍ତରକୁ ବୃଦ୍ଧି କରିଥାଏ, ଯଦ୍ବାରା ଷ୍ଟୋନ ହେବାର ସମ୍ଭାବନା କମ ରହିଥାଏ।

ସାଧାରଣତଃ ଖଟା ଫଳ ଯେମିତି କି କମଳା ଷ୍ଟୋକ ହେବାର ସମ୍ଭାବନାକୁ କମ କରିଥାଏ। କମଳା କେବଳ ଯେ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ଏହା ଆମ ତ୍ବଚା ଓ କେଶ ପାଇଁ ବି ଭଲ କାମ କରିଥାଏ।

Comments are closed.