ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ: ୨ କୋଟି ୩୫ ଲକ୍ଷ ଟଙ୍କା ହଡ଼ପ, ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ ମାମଲାର ଜଣେ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରାନ୍ସ ପଲିସି ହୋଲଡରଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟିନେଲେ ବିଜୟ ଭରଦ୍ୱାଜ।  ଉତ୍ତରପ୍ରଦେଶରୁ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାକ୍ସ ନିଉୟର୍କ ଲାଇଫ ଇନ୍ସୁରାନ୍ସର ପଲିସି ହୋଲଡର ପ୍ରମୋଦ କୁମାର ରାଉତଙ୍କ ଅଭିଯୋଗ କ୍ରମେ ବିଜୟଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଠକେଇ ଟଙ୍କାରୁ ୭୯ ଲକ୍ଷ ଟଙ୍କା ବିଜୟଙ୍କ ଆକାଉଣ୍ଟକୁ ଯାଇଛି। ବିଜୟ ଭରଦ୍ୱାଜଙ୍କୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ୨୦୧୯ରେ ନିଜକୁ ଫାଇନାନ୍ସ ବିଭାଗର ଫଣ୍ଡ ରିଲିଫ ଅଫିସର ଏ କେ ବାଲିଆ ବୋଲି ପରିଚୟ ଦେଇ କଲ୍ କରିଥିଲେ। ‌‌ସେ ୩ କୋଟି ଟଙ୍କା ରିଲିଜ କରିବାକୁ ହେଲେ ପ୍ରୋସେସିଂ ପାଇଁ ପ୍ରମୋଦ କୁମାର ରାଉତଙ୍କୁ କହି ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟିଥିଲେ।
ଏହି ଠକେଇ ପଛରେ ବଡ଼ ରାକେଟ ଥିବା ନେଇ ଇଓଡବ୍ଲୁ  ଏସ ପି ଦିଲୀପ ତ୍ରିପାଠୀ  ସୂଚନା ଦେଇଛନ୍ତି।

Comments are closed.