ଯୁକ୍ତ ୨ରେ ଜୀବବିଜ୍ଞାନ ବିଷୟ ନଥିଲେ ମଧ୍ୟ ହୋଇପାରିବେ ଡାକ୍ତର

ନୂଆଦିଲ୍ଲୀ: ଦ୍ବାଦଶ ଶ୍ରେଣୀ ବା ଯୁକ୍ତ ୨ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏମବିବିଏସ୍ ଓ ବିଡିଏସ୍‌ ପାଠ ପଢି ଡାକ୍ତର ହୋଇପାରିବେ। ଏ ସମ୍ପର୍କରେ ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ତାର ନିୟମାବଳୀରେ ପରିବର୍ତ୍ତନ କରିଛି। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଯୁକ୍ତ ୨ରେ ଜୀବବିଜ୍ଞାନ ରଖି ନଥିବା ପ୍ରାର୍ଥୀମାନେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ନିଟ୍-ୟୁଜି ପରୀକ୍ଷା ଦେଇପାରିବେ।

ଏପରି ପ୍ରାର୍ଥୀମାନଙ୍କୁ ଯୁକ୍ତ୨ ସ୍ତରର ଜୀବବିଜ୍ଞାନ କିମ୍ବା ବାୟୋଟେକ୍ନୋଲୋଜି ଅତିରିକ୍ତ ବିଷୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଏହା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ୨ର ଦୁଇବର୍ଷିଆ ପାଠ୍ୟକ୍ରମରେ ଜୀବବିଜ୍ଞାନ କିମ୍ବା ବାୟୋଟୋକ୍ନୋଲୋଜି ବିଷୟ ରଖି ଉତ୍ତୀର୍ଣ୍ଣ ହେଉଥିଲେ ସେମାନଙ୍କୁ କେବଳ ଡାକ୍ତରୀ ପାଠ ପଢିବା ଲାଗି ଅନୁମତି ମିଳୁଥିଲା।

Comments are closed.